ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଏକାଦଶୀ ଦିନ କାହିଁକି କରାଯାଏ ନାହିଁ ଅନ୍ନ ଭୋଜନ? ଜାଣନ୍ତୁ କାରଣ

ଭୁବନେଶ୍ୱର ୨୪/୦୬: ହିନ୍ଦୁ ଧର୍ମରେ ଏକାଦଶୀ ପାଳନକୁ ମହତ୍ତ୍ୱ ଦିଆଯାଏ । ଏହି ଦିନ ଭଗବାନ୍‌ ବିଷ୍ଣୁଙ୍କ ଉପାସନା କରାଯାଏ । ଶାସ୍ତ୍ର ମତରେ, ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତି ଜୀବନରୁ ସମସ୍ତ ପାପ ନଷ୍ଟ ହୋଇଯାଏ । ଏକାଦଶୀ ଦିନ ବ୍ରତଧାରୀଙ୍କୁ ଅନ୍ନ ଭୋଜନ ନିଷିଦ୍ଧ ଥାଏ । ଏକାଦଶୀ ଦିନ କାହିଁକି ଅନ୍ନ ଭୋଜନ କରାଯାଏ ନାହିଁ? ବ୍ରତଧାରୀମାନେ ଏହା ଜାଣିବା ଉଚିତ୍‌ । 

ଏକାଦଶୀ ହେଉଛନ୍ତି ଜଣେ ଦେବୀ । ଉତ୍ପନ୍ନା ଏକାଦଶୀରେ ତାଙ୍କର ଆବିର୍ଭାବ ବିଷ୍ଣୁଙ୍କ ଠାରୁ ହୋଇଥିଲା । ଏକାଦଶୀ ଦେବୀ ଅସୁର ବଧ ଲାଗି ଭଗବାନ୍‌ ବିଷ୍ଣୁଙ୍କୁ ସହାୟତା କରିଥିଲେ । ଏଥିରେ ପ୍ରସନ୍ନ ହୋଇ ତାଙ୍କୁ ବିଷ୍ଣୁ ବର ମାଗିବାକୁ ଅନୁମତି ଦେଲେ । ଏକାଦଶୀ ଦେବୀ କହିଲେ- ପ୍ରଭୁ! ଯେଊଁମାନେ ମୋର ବ୍ରତ କରିବେ, ସେମାନଙ୍କର ସମସ୍ତ ପାପ ନାଶ ହେବ ବିଷ୍ଣୁଲୋକ ପ୍ରାପ୍ତ ହେବ । ବିଷ୍ଣୁ ‘ତଥାସ୍ତୁ’ କଲେ । ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ଦେବୀ ସମସ୍ତ ପାପକୁ ନଷ୍ଟ କରିବାକୁ ଆଗଭର ହେଲେ । ତେବେ କିଛି ପାପ ଚାଉଳ ମଧ୍ୟରେ ଆତ୍ମଗୋପନ କଲେ । ଏହା ଜାଣି ଏକାଦଶୀ ଦେବୀ ରୁଷ୍ଟ ହୋଇ ଚାଉଳକୁ ଶାପ ଦେଲେଯେ ଏକାଦଶୀ ବ୍ରତ ଦିନ ତୋତେ କେହି ଭୋଜନରେ ଗ୍ରହଣ କରିବେ ନାହିଁ । ବିଶ୍ୱାସ ରହିଛି ଯେ ଏକାଦଶୀ ଦିନ ସମସ୍ତ ପାପ ଚାଉଳରେ ଛପି ରହିଥାଏ । ଏଣୁ ବ୍ରତଧାରୀ ଏହାକୁ ଖାଇନଥାନ୍ତି । ତେବେ ଦ୍ୱାଦଶୀ ଦିନ ଅନ୍ନ ଭୋଜନ ସହ ବ୍ରତଧାରୀ ବ୍ରତ ପାରାୟଣ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.