ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରିରେ ବ୍ୟାପକ ପଲିଥିନ ବ୍ୟବହାର

ମାଲକାନଗିରି,୧୯/୫(ଆପ୍ର )ମାଲକାନଗିରି ଜିଲ୍ଲା ରେ ବ୍ୟାପକ ଭାବେ ଜରି ଓ ପଲିଥିନ ବ୍ୟବହାର ହେଉଥିବା ଓ ସେଗୁଡିକ ବିଭିନ୍ନ ସ୍ଥାନରେ ବିଛୁଡ଼ି ହୋଇପଡି ମାଟିରେ ନ ମିଶିବା ଦ୍ୱାରା ଜିଲ୍ଲା ରେ ଦିନକୁ ଦିନ କମି ଚାଲିଛି ଭୂତଳ ଜଳସ୍ତର। ଏହା ବ୍ୟତୀତ ଜିଲ୍ଲା ରେ ଲାଗିରହି ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏହାକୁ ଦୁଇଗୁଣା କରୁଛି | ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଥିବା ନଦୀ ନାଳ ଝରଣା,କୂଅ, ପୋଖରୀ ସବୁ ମଧ୍ୟ ଶୁଖିଗଲାଣି। ଭୂତଳ ଜଳ କମୁଥିବାରୁ ବିଭିନ୍ନ ସ୍ଥାନ ରେ ଶତାଧିକ ଫୁଟ ଗଭୀର ପର୍ଯ୍ୟନ୍ତ ବୋରିଂ ଖୋଲିଲେ ମଧ୍ୟ ସେଥିରୁ ପାଣି ବାହାରୁନି।ଯାହା ଫଳରେ ଜିଲ୍ଲା ରେ ଜଳସଂକଟ ଦେଖାଦେଇଛି, ଏହାର ଫଳ ମଣିଷ ଓ ନିରୀହ ପଶୁପକ୍ଷୀଙ୍କୁ ଭୋଗିବାକୁ ପଡ଼ୁଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ଜରି ଓ ପଲିଥିନ୍‌ର ବହୁଳ ବ୍ୟବହାର। ଏପରି ବହୁ ଳ ଭାବେ ପଲିଥିନ ବ୍ୟବହାର ହେଲେ ଜଳସ୍ତର କମି ଯାଇ ଭବିଷ୍ୟତରେ ପାଣିଟୋପେ ପାଇଁ ସହରବାସୀ କଲବଲ ହେବ ବୋଲି ପରିବେଶବିତ୍   କୁହନ୍ତି I 

ମଣିଷ ସମାଜ ଯେତେ ଶିକ୍ଷିତ ଆଧୁନିକ ହେଉଛନ୍ତି ସେମାନେ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ନ ଦେଇ କାଗଜ ଠୁଙ୍ଗା, କପଡା ବ୍ୟାଗ ବ୍ୟବହାର କୁ ଭୁଲିଗଲେଣି । ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ପଲିଥିନ୍ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି ।ମାଟିତଳେ ପଲିଥିନ୍ ଜମି ରହୁଥିବାରୁ ଉର୍ବରତା କମିବା ସହ ଧୀରେ ଧୀରେ ଜଳସ୍ତର କମିବାକୁ ଲାଗୁଛି |   ବ୍ୟାବସାୟିକ ପ୍ରତିଷ୍ଠାନ ଓ ହୋଟେଲ ମାନଙ୍କରେ ପ୍ରଚୁର ପରିମାଣ ରେ ଜରି ଓ ପଲିଥିନ୍ ବ୍ୟବହାର ହେଉଛି। ଏଥିରେ ରୋକ୍ ଲାଗିପାରୁନି। ମାଟିରେ ଏଗୁଡିକ ଦୀର୍ଘଦିନ ପର୍ଯ୍ୟନ୍ତ ପଡିରହୁଛି, ମାଟିରେ ମିଶୁପାରୁନାହିଁ । 

ଗାଁଠୁ ସହରର ପ୍ରତି ସାହିରେ ପଲିଥିନ୍ ମିଶ୍ରିତ ଆବର୍ଜନା ଚିନ୍ତାର କାରଣ ହେଲାଣି ମାଲକାନଗିରି ପୌରପରିଷଦ ଅଞ୍ଚଳ ର ୱାର୍ଡ ଓ ବସ୍ତି ଗୁଡିକ ରେ ଥିବା ଡ୍ରେନଗୁଡିକରେ ପଲିଥିନ୍‌ ଜମି ଜାମ୍ କରୁଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଫଳରେ ଡ୍ରେନର ଆବର୍ଜନା ମିଶା ପାଣି ସାମାନ୍ୟ ବର୍ଷାରେ ରାସ୍ତାକୁ ଚାଲିଆସୁଛି | ପରିମଳକୁ ସଜାଡିବା ଓ ପଲିଥିନ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ପ୍ରଶାସନ ମଧ୍ୟ ବିଫଳ ହୋଇଛି। ଅପର ପକ୍ଷରେ କିଛି ବ୍ୟବସାୟୀ କୁହନ୍ତି ଗ୍ରାହକ ମାନେ ଦୋକାନ ରୁ ସାମଗ୍ରୀ ନେବା ପାଇଁ ଘରୁ ବ୍ୟାଗ ଆଣୁନଥିବାରୁ ଆମେ ପଲିଥିନ ରେ ଦ୍ରବ୍ୟ ଦେବାକୁ ବାଧ୍ୟ ହେଉଛୁ। କିଛି ହୋଟେଲ ଓ ଜଳଖିଆ ଦୋକାନୀ କୁହନ୍ତି ଗ୍ରାହକ ମାନଙ୍କୁ ଜଳଖିଆ ଓ ମିଲ୍ସ ପାର୍ସଲ ଦେବା କୁ ହେଲେ ପଲିଥିନ ର ଆବଶ୍ୟକ ପଡୁଛି, ପଲିଥିନ ବଦଳରେ ଆଉକିଛି ବିଳ୍ପ ବ୍ୟବସ୍ଥା କରା ଗଲେ ଆମେ ପଲିଥିନ ବ୍ୟବହାର ବନ୍ଦକରିଦେବୁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.