ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସ୍ୱାମୀଙ୍କୁ ମରିବାର ଦୁଇବର୍ଷ ବିତିଲା, ତଥାପି ମିଳୁନି ବିଧବା ଭତ୍ତା

ଫିରିଙ୍ଗିଆ,୧୭l୬ (ଆପ୍ର): ସରକାର ମଧୁବାବୁ ପେନସନ ଯୋଜନାରେ ଉଭୟ ବୃଦ୍ଧବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ମାସକୁ ମାସ ଭତ୍ତା ଟଙ୍କା ଦେଉଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଏହି ଯୋଜନା ଟି ଫଳପ୍ରଦ ହୋଇପାରୁନଥିବା ଅଭିଯୋଗ ହେଉଛି । ବ୍ଲକର ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ନଜର ଆସୁଛି । ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲା ପାଲି ଗ୍ରାମର ରଞ୍ଜିତା ଭୁକ୍ତାଙ୍କ ସ୍ୱାମୀ ହରିଚନ୍ଦ୍ର ଭୁକ୍ତା ମରିବାର ଦୁଇ ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି।  ହେଲେ ଏଯାଏ ପ୍ରଶାସନ ତାପାଇଁ ବିଧବା ଭତ୍ତାର ବ୍ୟବସ୍ଥା କରିପାରିନି। ଭତ୍ତା ଖଣ୍ଡିକ ପାଇଁ ସେ ପଂଚାୟତ ବ୍ଲକ ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।ହେଲେ କିଛି ସୁଫଳ ମିଳିନାହିଁ ।  

ଏ ବିଷୟରେ ଡିଣ୍ଡିରା ଗାଁ ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରି ଝୁଲି ଲତା ସାହୁ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ଅନଲାଇନ୍ ଭତ୍ତା ଆବେଦନ ଫର୍ମ ରିଜେକ୍ଟ ହୋଇଛି ଆଉ ଥରେ ଆବେଦନ କଲେ ହୋଇଯିବ । ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  ଜ୍ଞାନରଞ୍ଜନ ସେଠୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବାରୁ ଯୋଗାଯୋଗ ହେଇ ପାରିନଥିଲା ।ପ୍ରଶାସନ ତୁରନ୍ତ ରଞ୍ଜିତାଙ୍କୁ ବିଧବା ଭତ୍ତା ଯୋଗେଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.