ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଶ୍ବସ୍ଥୀ ଦେବେ କି ହାଇକୋର୍ଟ? ଇଡି କହିଲା ତମାମ ମାମଲାର ଷଡ଼ଯନ୍ତ୍ରକାରୀ ହେଉଛନ୍ତି କେଜ୍ରିଓ୍ବାଲ

Image source:

ନୂଆଦିଲ୍ଲୀ,୦୩/୦୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି 'କିଙ୍ଗପିନ୍' ଏବଂ 'ମୁଖ୍ୟ ଷଡଯନ୍ତ୍ରକାରୀ'। ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଏହାର ଏପରି ଅନେକ ପ୍ରମାଣ ଅଛି ଯାହା ଆଧାରରେ କେଜ୍ରିୱାଲ ମନି ଲଣ୍ଡରିଂ ଅପରାଧରେ ଦୋଷୀ। ତଦନ୍ତକାରୀ ସଂସ୍ଥାର ଗିରଫଦାରୀ ବିରୋଧରେ ଦିଲ୍ଲୀ ସିଏମ୍ କୋର୍ଟରେ ଏକ ପିଟିସନ ଦାଖଲ କରିଛି, ଯାହା ବିରୋଧରେ ଇଡି ଏହାର ଉତ୍ତର ଦାଖଲ କରିଛି।

କହିରଖୁଛୁ ଯେ, ବୁଧବାର ଏପ୍ରିଲ ୩ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟି ମୁଖ୍ୟ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରୁଛନ୍ତି। ଏଥିରେ କେଜ୍ରିଓ୍ବାଲ ଇଡି ମାଧ୍ୟମରେ ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। ଜଷ୍ଟିସ ସବର୍ଣ୍ଣ କାନ୍ତ ଶର୍ମା ଏହି ଆବେଦନର ଶୁଣାଣୀ କରୁଛନ୍ତି। କେଜ୍ରିୱାଲ ବର୍ତ୍ତମାନ ଏପ୍ରିଲ ୧୫ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି। ଏପରିସ୍ଥଳେ ଆସନ୍ତୁ ଜାଣିବା ହାଇକୋର୍ଟରେ ଶୁଣାଣି ପୂର୍ବରୁ ଏହି ମାମଲା ସହ ଜଡ଼ିତ କିଛି ବଡ଼ ଅପଡେଟ୍।

ଇଡି ହାଇକୋର୍ଟଙ୍କୁ କହିଛି ଯେ, ମଦ ନୀତି ଦୁର୍ନୀତିରୁ ଆୟର ଆମ୍ ଆଦମୀ ପାର୍ଟି ହେଉଛି ମୁଖ୍ୟ କାର୍ପଟଦାର। ଦଳ ଅରବିନ୍ଦ କେଜ୍ରିୱାଲଙ୍କ ମାଧ୍ୟମରେ ଏହି ଅପରାଧ କରିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ ଦିଲ୍ଲୀ ସରକାରୀ ମନ୍ତ୍ରୀ, ଆପ୍‌ ନେତା ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହ ମିଶି ମଦ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ମଦ ନୀତି ଦୁର୍ନୀତି ପ୍ରସ୍ତୁତ କରିବାରେ ସିଧାସଳଖ ଜଡ଼ିତ ଥିଲେ।

ହାଇକୋର୍ଟଙ୍କୁ ଦେଇଥିବା ଉତ୍ତରରେ ଇଡି କହିଛି ଯେ ଦକ୍ଷିଣ ଗୋଷ୍ଠୀକୁ ଦିଆଯାଇଥିବା ସୁବିଧାକୁ ଦୃଷ୍ଟିରେ ରଖି ମଦ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ବିଜୟ ନାୟାର, ମନୀଷ ସିସୋଦିଆ ଏବଂ ସାଉଥ୍ ଗ୍ରୁପ୍ ସଦସ୍ୟଙ୍କ ପ୍ରତିନିଧୀଙ୍କ ସହ ଏହା ପ୍ରସ୍ତୁତ କରାଯାଇଥିଲା। ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମାଧ୍ୟମରେ ଆପ୍‌ ଟଙ୍କା ହେରଫେର ଭଳି ଅପରାଧ କରିଛି। ତମାମ ବିଚାରବିମର୍ସ ଭିତରେ ପ୍ରଶ୍ନ ଉଠୁଛି ଆପ୍‌ରୁ ବିଜେପିକୁ ଡେଇଁବେ କି କିଛି ପ୍ରମୁଖ ନେତା? କାରଣ ସଞ୍ଜୟ ସିଂଙ୍କୁ ଜାମିନ ମିଳିବା ପରେ ଏବେ ମନୀଷ ସିସୋଦିଆଙ୍କୁ ନେଇ ଚର୍ଚ୍ଚା ଜୋର। 

ଦିଲ୍ଲୀର ମଦ ନୀତି ଦୁର୍ନିୀତିରେ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ବସ୍ତୀ ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଏପ୍ରିଲ ୨ ତାରିଖରେ ସଞ୍ଜୟ ସିଂଙ୍କୁ ୬ ମାସ ପରେ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଦିଲ୍ଲୀର ଅନ୍ୟ ଜଣେ ଆପ୍‌ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପ୍ରାୟ ଏକ ବର୍ଷ ହେଲା ଜେଲରେ ଅଛନ୍ତି। ଆଶା କରାଯାଉଛି ଯେ ସଞ୍ଜୟ ସିଂ ଯେପରି ଜେଲରୁ ବାହାରିଛନ୍ତି, ସିସୋଦିଆ ମଧ୍ୟ ଜାମିନ ପାଇପାରନ୍ତି।

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା। ଏହାରି ଭିତରେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ମୋହିତ ମାଥୁର କହିଛନ୍ତି ଯେ ତାଙ୍କ ମହୋକିଲ ଜାମିନ ପାଇବାକୁ ଯୋଗ୍ୟ, କାରଣ ତାଙ୍କ ଯୋଗୁ ସରକାରୀ ରାଜସ୍ବରେ କୌଣସି କ୍ଷତି ହୋଇନାହିଁ। ସ୍ପେଶାଲ୍ ଜଜ୍ କାବେରୀ ବାୱେଜାଙ୍କ ଖଣ୍ଡପୀଠ ପୂର୍ବରୁ ସିସୋଦିଆଙ୍କ ଓକିଲ କହିଛନ୍ତି ଯେ ତାଙ୍କ ଯୋଗୁ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇ ନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.