ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପେନଶନ୍ ଟଙ୍କାକୁ ନେଇ ହେଲା ବିବାଦ; ସ୍ବାମୀକୁ ଜାଳିଦେଲା ସ୍ତ୍ରୀ, ମାମଲା ରୁଜୁ

ମୁମ୍ବାଇ, ୧୦/୧୨ : ମହାରାଷ୍ଟ୍ରର ଠାଣେରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କଲ୍ୟାଣ ସହରର ଘରୋଇ ବିବାଦକୁ ନେଇ ଜନୈକ ସ୍ତ୍ରୀ ନିଜ ସ୍ବାମୀଙ୍କୁ ନିଆଁ ଲଗାଇ ମାରିବାକୁ ପ୍ରୟାସ କରିଛନ୍ତି । ଏହି ସମୟରେ ସେ ବହୁମାତ୍ରାରେ ଜଳି ଯାଇଛନ୍ତି । ଯାହା ପରେ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ପୀଡ଼ିତ ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ଶନିବାର ଏହି ସୂଚନା ଦେଇଛି ।

ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଦୁଇ ଅନ୍ୟ ଲୋକଙ୍କ ସହାଯ୍ୟରେ ଏହି ଘଟଣା ଘଟଣାଇଛନ୍ତି । ନିଜ ୬୧ବର୍ଷୀୟ ସ୍ବାମୀଙ୍କୁ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମହିଳାଙ୍କ ବିରୁଦ୍ଧରେ ପ୍ରାଥମିକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଅନ୍ୟ ଦୁଇ ଯୁବକ ଅଭିଯୁକ୍ତ ଅଟନ୍ତି ଯିଏ ପୀଡ଼ିତଙ୍କ ଝିଅର ସାଙ୍ଗ । ଏହି ଘଟଣାରେ ଏବେ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ । 

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ଦ୍ବାରା ରୁଜୁ କରାଯାଇଥିବା ମାମଲା ଅନୁସାରେ ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ମାସିକ ପେନଶନ ଏବଂ ଦୁଇ ଯୁବକ ବାରମ୍ବାର ତାଙ୍କ ଘରକୁ ଯିବା ଉପରେ ଆପତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇ ଯୁବକ ପ୍ରାୟ ସମୟରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ପୀଡ଼ିତ ଜଣଙ୍କ ନିଜ ଜୀବନ ବିପଦ ଅଛି ବୋଲି କହିବା ସହ ପୂର୍ବରୁ ଉଭୟ ଯୁବକଙ୍କ ବିରୋଦ୍ଧରେ ପୋଲିସରେ ଅଭିଯୋଗ ହୋଇଥିଲା । ସେ କହିଥିଲେ କି ପୀଡ଼ିତଙ୍କ ଉପରେ ଦୁଇ ଯୁବକ ଆକ୍ରମଣ କରିଥିଲେ ।

ଅଧିକାରୀଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇ କୁହାଯାଇଛି ଯେ, ୮ଡିସେମ୍ବର ରାତି ସମୟରେ କୌଣସି ବ୍ୟକ୍ତି ତାଙ୍କ ଉପରେ କିଛି ତରଳ ପଦାର୍ଥ ପକାଇଥିଲେ , ଯାହାକି ପରେ ତାଙ୍କ ସ୍ତ୍ରୀ ନିଆଁ ଲଗାଇଥିଲେ । ସେହିଭଳି ନିଜ ବୟାନରେ ପୀଡ଼ିତ ଜଣଙ୍କ କହିଛନ୍ତି କି ତାଙ୍କ ପଡ଼ିଶା ଘର ଲୋକ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.