ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା କନଷ୍ଟେବଳଙ୍କ ଠାରୁ ଲୁଟ୍…ହୋଲି ପାଇଁ କିଣାକିଣି କରିବାକୁ ଯାଇଥିଲେ ମାର୍କେଟ୍

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଲୁଟ୍‌ପାତର ଏକ ଘଟଣା ସାମନାକୁ ଆସିଛି। ପୁଲିସ ହୋଇଛି ଲୁଟ୍‌ର ଶିକାର। ଜଣେ ମହିଳା କନଷ୍ଟେବଳଙ୍କ ଠାରୁ ଲୁଟେରାମାନେ ଚେନ୍‌ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ମହିଳା କନଷ୍ଟେବଳଙ୍କ ଅଭିଯୋଗ ଉପରେ ମହାନଗର କୋତବାଲିରେ ଏଫଆଇଆର ରୁଜୁ କରାଯାଇ ଥିଲା। ପୁଲିସର କହିବାନୁସାରେ, ଉକ୍ତ ମାମଲାରେ ଆଇପିସିର ଧାରାର ୩୫୬ ଅନୁସାରେ କେସ୍‌ ରୁଜୁ ହୋଇଛି। ମାମଲାରେ ଆଗାମୀ ଯାଞ୍ଚ କରାଯାଉଛି।

ସୂଚନା ମୁତାବିକ , ଏମର୍ଜେନ୍ସି ଡାଏଲ ୧୧୨ରେ ମୁତୟନ ଥିବା ସୁଧା ମହାନଗର ଅଞ୍ଚଳରେ ଲାଗି ଥିବା ଦୈନିକ ବଜାରକୁ ହୋଲି କିଣାକିଣି କରିବାକୁ ଯାଇଥିଲେ। ଏହାସହ ହୋଲି ପାଇଁ ନିଜ ପୋଷାକ କିଣିବାକୁ ଯାଇଥିଲେ। ଏହି ସମୟରେ ମହିଳା ପୁଲିସଙ୍କ ଚେନ୍‌ ଲୁଟେରାମାନେ ଲୁଟି ଫେରାର ହୋଇଗଲେ। 

ମହିଳା ପୁଲିସକର୍ମୀ ମହାନଗର କୋତବାଲିରେ ମାମଲା ରୁଜୁ କରାଇଛନ୍ତି। ଏଥିରେ ଆଇପିସି ଧାରା ୩୫୬ ଅନୁସାରେ କେସ୍‌ ରୁଜୁ କାରାଯାଇଛି। 

କହି ରଖୁଛୁ କି , ଶୁକ୍ରବାର ବିଳମ୍ୱିତ ସନ୍ଧ୍ୟାରେ ଉତ୍ତର ପ୍ରଦେଶର ମଥୁରାରେ ଦୁର୍ବୃତ୍ତମାନେ ହାଇୱେ ଥାନା ଅଞ୍ଚଳରେ ସୁନା ବ୍ୟବସାୟୀ ବାପା-ପୁଅଙ୍କ ଉପରେ ହମଲା କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.