ମୁନିଗୁଡ଼ା, ୦୯/୧୧ : ମହିଳାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ତାଙ୍କ ହତ୍ୟା ପଛରେ ସମ୍ପର୍କୀୟ ଭାଇଙ୍କ ହାତ ଥିବା କୁହାଯାଉଛି।
ସୂଚନାନୁଯାୟୀ, ନନ୍ଦିନୀ ରାମକ୍ରୀଷ୍ଣା ମିଶନରେ ବଗିଚା କାମ କରି ଚଳନ୍ତି ଓ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି । ସେହି ସମ୍ପର୍କୀୟଙ୍କ ଘରେ ହିଁ ତାଙ୍କୁ ହତ୍ୟା କରାଯାଇଛି। ସମ୍ପର୍କୀୟ ଭାଇ ନନ୍ଦିନୀକୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି। କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।