ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀରେ ପୁଣି ଡେଙ୍ଗୁ ଆତଙ୍କ, ମହିଳାଙ୍କ ମୁଣ୍ଡ ନେଲା ଡେଙ୍ଗୁ ଭୂତାଣୁ

ଭୁବନେଶ୍ୱର,୨୯/୦୪: ପୁଣି ରାଜଧାନୀରେ ବଢ଼ିଲା ଡେଙ୍ଗୁ ଆତଙ୍କ ।  ଜଣେ ମହିଳାଙ୍କ ମୁଣ୍ଡ ନେଲା ଡେଙ୍ଗୁ ଭୂତାଣୁ । ବୁଦ୍ଧ ବିହାର ବ୍ଲକ୍‌ ୨୫ରେ ରହୁଥିବା  ୪୮ ବର୍ଷିୟା ସ୍ୱର୍ଣ୍ଣଲତା ସାହୁଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର  ଲୋକେ ଅଭିଯୋଗ କରିଛନ୍ତି । ସେ ଗତ ୨୫ ତାରିଖରୁ ଜ୍ୱରରେ ପୀଡ଼ିତ ହୋଇ  ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ତାଙ୍କର ଡେଙ୍ଗୁ ରିପୋର୍ଟ ମଧ୍ୟ ପଜିଟିଭ୍‌  ଆସିଥିଲା । ରବିବାର ତାଙ୍କର ମୃତ୍ୟୁ ହୋଇଛି । ତେବେ ସରକାରୀ ଭାବେ ଏହା  ସ୍ପଷ୍ଟ କରାଯାଇନାହିଁ । 

ଗତ ଦୁଇ ମାସ ହେଲାଣି  ନିଳାଦ୍ରୀ ବିହାର ଓ ବୁଦ୍ଧି ବିହାରରେ ଡେଙ୍ଗୁ ଭୟ ବଢ଼ିଚାଲିଛି । ସେଠାରେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛ । ଡେଙ୍ଗୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି । ସ୍ଥାନୀୟ ଲୋକ କହିଛନ୍ତି, ଡେଙ୍ଗୁ ମଶା ବଂଶ ବୃଦ୍ଧି ନେଇ ବିଏମସିରେ ଅଭିଯୋଗ କରିଯାଇଛି । ହେଲେ ଏହାର  ନିରକାରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଘରୋଇ ହସ୍ପିଟାଲ  ବ୍ୟତୀତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ନିଳାଦ୍ରୀ ବିହାର ଓ ବୁଦ୍ଧ ବିହାର ଅଞ୍ଚଳରୁ  ଲୋକେ ଡେଙ୍ଗୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ମାସ ଭିତରେ  ହସ୍ପିଟାଲ୍‌କୁ ୧୨ ପାଖାପାଖି ରୋଗୀ ଚିକିତ୍ସିତ ହୋଇ ଯାଇଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.