ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି,  ୧୭।୩ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଥାନା ଅଧିନ   ଲୁଧୁଆପଡା ଗ୍ରାମର  ଜଣେ ଯୁବକ ବାଇକ ଦୁର୍ଘଟଣାରେ  ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମଧୁସୂଦନ ଗୌଡ଼ ଙ୍କ  ପୁଅ ନିତ୍ୟା ଗୌଡ଼ l 

 ମିଳିଥିବା ସୂଚନା ଅନୁସାରେ ଲୁଧୁଆପଡା ଗ୍ରାମର  ନିତ୍ୟା ଗୌଡ଼ ଗତ ଶନିବାର ଛତିଶଗଡ ଅମଲିପଦର   ଥାନା ଅଞ୍ଚଳ କୁ  ରାଜମିସ୍ତ୍ରୀ କାମ କରିବା କୁ ଯାଇ ବାଇକ ଯୋଗେ ଘରକୁ ଫେରୁ ଥିଲେ l  ଓଡିଶା ଛତିଶଗଡ଼ ସୀମାନ୍ତ ବିରିଘାଟ  ବୁଲାଣି ଠାରେ ଭାରସାମ୍ୟ ହରାଇ  ବାଇକରୁ ତଳେ ପଡି ଯାଇ ଗୁରୁତର ହୋଇ ପଡ଼ିଥିଲେ l ସେଠାକାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଅମଲିପଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରି ଥିଲେ l ସେଠାରେ ତାଙ୍କର ସ୍ୱାସ୍ଥ୍ୟ ର ଉନ୍ନତି ନ ହେବା ରୁ   ଅଧିକା ଚିକିତ୍ସା ପାଇଁ ଗରିୟାବନ୍ଦ ମୁଖ୍ୟ ଚିକିତ୍ସାଳୟ କୁ  ପଠା ଯାଇଥିଲା l  ସେଠାରେ ରବିବାର ଦିନ ଚିକିତ୍ସା ଧିନ ଅବସ୍ଥା ରେ   ନିତ୍ୟା ମୃତ୍ୟୁ ଘଟିଥିଲା।  ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣା ର ତଦନ୍ତ ଜାରି ରଖିଥିବା ପୋଲିସ ସୁଚନା ଦେଇ ଛି l  ମୃତକ ର ବାପା ଓ ମା’  ଦାଦନ ଖଟିବା କୁ ପଡୋଶୀ ତେଲେଙ୍ଗାନା ରାଜ୍ୟ କୁ ଯାଇ ଥିବା ବେଳେ l ନିତ୍ୟା ନିଜ ସ୍ତ୍ରୀ ସହ ଘରେ ରହି   ରାଜମିସ୍ତ୍ରୀ କାମ ଏଠାରେ ନ ମିଳିବା ରୁ ପଡୋଶୀ ଛତିଶଗଡ଼ ରାଜ୍ୟ କୁ ଯାଉଥିଲା l  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.