ପଟ୍ଟାମୁଣ୍ଡାଇ, ୩୦।୪ : ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କ୍ଷତିପୂରଣ ଦାବିକାରୀ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୋମବାର ଦିନ ୧୨ଟା ସମୟରେ ପଟ୍ଟାମୁଣ୍ଡାଇ ନିକଟରେ ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ଆଳିଥାନା ଗୋପାଳପୁର ଗ୍ରାମର ଅଭିରାମ ମଲିକଙ୍କ ପୁଅ ବଣ୍ଟି ମଲିକ ବୋଲି ଜଣାପଡ଼ିଛି ।
ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଆଳିପଟୁ ପତ୍ରପୁର ସେତୁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣାରେ ମୃତ ଯୁବକଙ୍କୁ କ୍ଷତିପୂରଣ ନ ମିଳିବା ଯାଏ ଲୋକେ ଜିଦ୍ ଧରି ରାସ୍ତା ଅବରୋଧ କରି ରଖିଛନ୍ତି । ରାସ୍ତାରୋକ ଯୋଗୁଁ ଶହଶହ ଯାନବାହନ ଉଭୟ ପଟ୍ଟାମୁଣ୍ଡାଇ ଓ ଆଳି ପଟୁ ରାସ୍ତାରେ ଅଟକି ରହିଛି ।