ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୌଡ଼ିବା ବେଳେ ଖସି ପଡ଼ିଲେ , ହାର୍ଟ ଆଟାକ୍‌ରେ ଚାଲିଗଲା ନାବାଳକଙ୍କ ଜୀବନ

ୱାଶିଂଟନ : ଗତ କିଛି ବର୍ଷ ହେବ ହାର୍ଟ ଆଟାକ୍‌ରେ ଯୁବବର୍ଗଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟକର ଘଟଣା ସାଜିଛି। ଯେଉଁଥିରେ ୱାର୍କଆଉଟ୍‌ , ଡ୍ୟାନ୍ସ ଓ ଦୌଡ଼ିବା ଭଳି କାର୍ଯ୍ୟକଳାପ ବେଳେ ସୁସ୍ଥ ନଜର ଆସୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଲୋକେ ଏହାର କାରଣ ଜାଣିବାକୁ ଚାହିଁଛନ୍ତି। ଏହି ମଧ୍ୟରେ ଆମେରିକାରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚକିତ କରି କରିଛି। ଜଣେ ୧୪ ବର୍ଷିୟ ପିଲାଙ୍କର ମୃତ୍ୟୁ ଦୌଡ଼ିବା ବେଳେ ହୋଇଛି। ଆମେରିକାର ଫ୍ଲୋରିଡାର ଏହି ପିଲା ସ୍କୁଲରେ ଆୟୋଜିତ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେତେବେଳେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା ଏବଂ ତାପରେ ତାଙ୍କର ମୃତ୍ୟୁ ହୋଇଥିଲା। 

ସ୍କୁଲ ପ୍ରଶାସନର କହିବାନୁସାରେ,  ନାକ୍ସ ମେକଇୱନ ନାମକ ଏହି ନାବାଳକଙ୍କୁ ଦୌଡ଼ିବା ବେଳେ କାର୍ଡିଆକ୍‌ ଆରେଷ୍ଟ ଆସିଥିଲା। ଏହା ଉପରେ ଏଭରଗ୍ଲେଡ୍ସ ହାଇ ସ୍କୁଲରେ ତୁରନ୍ତ ଏମର୍ଜେନ୍ସି ଟିମ୍‌କୁ ଡ଼କା ଯାଇଥିଲା , କିନ୍ତୁ ପିଲାଟିକୁ ବଞ୍ଚାଯାଇ ପାରିନଥିଲା। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ , ନାବାଳକଙ୍କୁ ହସ୍ପିଟାଲ ନିଆଗଲା , ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣା ପରେ ସ୍କୁଲ ପ୍ରଶାସନ ଆଗାମୀ ଏକ ସପ୍ତାହ ଯାଏ କାଉନ୍ସିଲର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଏହା ଏଇଥି ପାଇଁ କି ପିଲାଙ୍କୁ କାଉନ୍ସିଲିଂ କରାଯାଇପାରିବ। ଏବେ ଏହି ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଆଧାରରେ ,ନାକ୍ସ ମେକଇୱନଙ୍କ ମାଆ ବର୍ଷେ ହେବ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ଏବଂ ସେ ଏଥିରୁ ବର୍ତ୍ତିବା ଚେଷ୍ଟାରେ ଲାଗିଛନ୍ତି। ଏହିପରି କିଛି ମାସ ପୂର୍ବେ ଆମେରିକାରେ ୧୭ ବର୍ଷର ଜଣେ ପିଲାର ବାସ୍କେଟବଲ୍‌ ଖେଳିବା ବେଳେ ମୃତ୍ୟୁ ହୋଇଥିଲା। ସେ କୋର୍ଟରେ ହିଁ ଖସି ପଡ଼ିଥିଲେ। ଲୋକେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ତାଙ୍କର ଜୀବନ ଚାଲି ଯାଇଥିଲା। ଭାରତରେ ମଧ୍ୟ ଗତ ଅନେକ ବର୍ଷ ଧରି ଏମିତି ଘଟଣା ଲଗାତାର ଘଟି ଚାଲିଛି। ନିକଟରେ ନବରାତ୍ରୀ ବେଳେ ଗୁଜରାଟରେ ଗରବା ନୃତ୍ୟ କରୁଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେପଟେ ହରିଆଣାର ପାନିପଥରେ ଜଣେ ଡିଏସପିଙ୍କ ଜିମ୍‌ରେ ୱାର୍କଆଉଟ୍ ବେଳେ ମୃତ୍ୟୁ ହୋଇଥିଲା। 

ଗାଜିଆବାଦ ଖୋଡାରେ ୧୯ ବର୍ଷର ଜଣେ ଯୁବକଙ୍କ ଜିମ୍‌ରେ ମୃତ୍ୟୁ ହୋଇଥିଲା , ଯିଏ କି ସଂପୂର୍ଣ୍ଣ ସୁସ୍ଥ ଥିଲେ। ଉଲ୍ଲେଖନୀୟ ଯେ ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିଆ ପରାମର୍ଶ ଦେଇଥିଲେ କି, ଯଦି କାହାକୁ କରୋନା ହୋଇଛି ତ ତାଙ୍କୁ କିଛି ବର୍ଷ ଯାଏ ଜିମ୍‌ ଭଳି କଠିନ ପରିଶ୍ରମ କାମ କରିବା ଉଚିତ୍‌ ନୁହେଁ । ଏହା ବ୍ୟତୀତ ହାଇ ଇଣ୍ଟେନସିଟିର ଡ୍ୟାନ୍ସ ଓ ଅନ୍ୟ ଜିନିଷ ମଧ୍ୟ କରିବା ଉଚିତ ନୁହେଁ। ଏହାର କାରଣ ଏହା କି  କରୋନା ଯୋଗୁଁ ଶରୀର ଦୁର୍ବଳ ହୋଇଯିବାର ସମ୍ଭାବନା ରହିଥାଏ । 

 

 

Copyright © 2022 - Summa Real Media Private Limited. All Rights Reserved.