ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହରିୟାଣାରୁ ମିଳିଲା ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ପୁଅର ମୃତଦେହ, ୫ ଦିନ ହେଲା ଥିଲେ ନିଖୋଜ

ନୂଆଦିଲ୍ଲୀ, ୨୭/୦୧: ଦିଲ୍ଲୀ ପୋଲିସର ଅତିରିକ୍ତ ପୋଲିସ କମିଶନରଙ୍କ ପୁଅଙ୍କ ମୃତଦେହ ହରିୟାଣାରୁ ମିଳିଛି । ଏସିପିଙ୍କ ପୁଅ ଲକ୍ଷ୍ୟ ଚୌହାନ ଗତ ସୋମବାର ୨ ସାଙ୍ଗଙ୍କ ସହ ଏକ ବିବାହ ଉତ୍ସବରେ ସାମିଲ୍ ହେବାକୁ ହରିୟାଣା ଯାଇ ତା’ପରଦିନ ଫେରି ନଥିଲେ ।

ଦିଲ୍ଲୀ ପୋଲିସରେ ଅତିରିକ୍ତ କମିଶନର ଥିବା ଲକ୍ଷ୍ୟଙ୍କ ବାପା ୟଶପାଲ ସିଂହ ମଙ୍ଗଳବାର ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ପୋଲିସ । ଶନିବାର ପୋଲିସ ୨୪ ବର୍ଷୀୟ ଲକ୍ଷ୍ୟଙ୍କ ନିଖୋଜ ରହସ୍ୟ ଉପରୁ ପରଦା ଉଠାଇଛି । ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ମୃତକ ଲକ୍ଷ୍ୟ ଜଣ ଜଣେ ଓକିଲ । ସେ ଦିଲ୍ଲୀର ହଜାରୀ କୋର୍ଟରେ ଓକିଲାତି କରୁଥିବା ବେଳେ ଅଭିଯୁକ୍ତ ବିକାଶ ଭରଦ୍ୱାଜ ଯିଏ କି କୋର୍ଟରେ କିରାଣି ଅଛନ୍ତି ତାଙ୍କ ଠାରୁ କିଛି ଟଙ୍କା ନେଇଥିଲେ । ବିକାଶ ବାରମ୍ବାର ଟଙ୍କା ମାଗୁଥିବା ବେଳେ ଦେଇ ନଥିଲା ଲକ୍ଷ୍ୟ । ଯାହାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଯାହା ଫଳରେ ଲକ୍ଷ୍ୟକୁ ରାସ୍ତାରୁ ହଟାଇବା ଲାଗି ସାଙ୍ଗ ଅଭିଷେକ ସହ ମିଶି ଯୋଜନା କରିଥିଲା ବିକାଶ । ଜାନୁଆରୀ ୨୨ରେ ଲକ୍ଷ୍ୟ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ବିକାଶ ଓ ଅଭିଷେକଙ୍କ ସହ ଭିୱାନୀ କାର୍ ନେଇ ଯାଇଥିଲେ ।

ବିଳମ୍ବିତ ରାତିରେ ଭିୱାନୀରୁ ଦିଲ୍ଲୀ ଫେରିବା ବେଳେ ରାସ୍ତାରେ ଅଭିଯୁକ୍ତ ବିକାସ ୱାଶରୁମ୍ ଯାଇଥିଲା । ପାନିପତର ମୁନକ କେନାଲ ନିକଟରେ ୱାଶରୁମ୍ ଯିବା ବେଳେ କାରରୁ ଓହ୍ଲାଇ ଲକ୍ଷ୍ୟକୁ କେନାଲକୁ ଠେଲି ଦେଇଥିଲା ବିକାଶ ।

ପୋଲିସ ଅନୁସାରେ, ଟଙ୍କା ଦେଣନେଣକୁ ନେଇ ବିକାଶ ଓ ଅଭିଷେକ, ଲକ୍ଷ୍ୟକୁ ହତ୍ୟା କରିଛନ୍ତି । କେନାଲକୁ ଠେଲି ଦେଇ ମାରି ଦେଇଛନ୍ତି । ଶନିବାର ପୋଲିସ ଅଭିଷେକଙ୍କୁ ଗିରଫ କରିଥିବା ବେଳେ ମୃତଦେହକୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.