ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରସ୍କାର ନେବା ବେଳେ ରିଷି କପୁରଙ୍କୁ ମନେପକାଇଲେ ରଣବୀର , କହିଲେ – ପାପା ମେରି ଜାନ୍‌ …

ମୁମ୍ୱାଇ : ପାପା ମେରି ଜାନ୍‌ , ମୁଁ ପ୍ରତିଦିନ ଆପଣଙ୍କ ବିଷୟରେ ଭାବେ। ଆପଣଙ୍କୁ ମନେ ପକାଏ  ଏବଂ ଆପଣଙ୍କର ପ୍ରତି ଜିନିଷକୁ ଫିଲ୍‌ କଲେ ...। ଏକଥା ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କୁ କହିଛନ୍ତି ପୁଅ ଆଜିର ଲୋକପ୍ରିୟ ୟଙ୍ଗ ଷ୍ଟାର ରଣବୀର କପୁର । ଅବସର ଥିଲା ଫିଲ୍ମ ଫେୟାର ପୁରସ୍କାରର ଉତ୍ସବ। ସମୟ  ଥିଲା ରଣବୀରଙ୍କୁ ଫିଲ୍ମ ଆନିମଲ ପାଇଁ ବେଷ୍ଟ ଆକ୍ଟର ପାଇବାର।

ଛାଡ଼ପତ୍ର ଘୋଷଣା ପରେ ଗୋଆରେ ପହଞ୍ଚିଲେ ଇଶା ଦେଓଲ , ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ …

ଏହି ପୁରସ୍କାର ପାଇବା ସମୟରେ ଖୁବ୍‌ ଭାବ ବିହ୍ୱୋଳ ହୋଇ ପଡ଼ିଲେ ରଣବୀର କପୁର। ନିଜର ପିତା ରିଷି କପୁରଙ୍କ କଥା ମନେପକାଇଲେ। ଅତୀତର ସ୍ମୃତି ବର୍ତ୍ତମାନରେ ଉଦ୍‌ଜୀବିତ ହୋଇଗଲା।

ରଣବୀର ଉକ୍ତ ଫିଲ୍ମ ଫେୟାରକୁ ୩ଜଣ ଲୋକଙ୍କୁ ଡେଡିକେଟ୍‌ କରିଥିଲେ । ଯେଉଁଥିରେ ତାଙ୍କର ଝିଅ ରାହାଙ୍କ ନାଁ ବି ସାମିଲ ଅଛି। ନିଜର ବକ୍ତବ୍ୟ ରଖିବା ବେଳେ ସେ ଏହି ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ଦର୍ଶାଇ ଥିଲେ। କହିଥିଲେ , ତାଙ୍କର ପିତା ରିଷି କପୁର ଯେଉଁଠି ବି ଥିବେ ,ଶାନ୍ତିରେ ଥିବେ। ଦର୍ଶକଙ୍କ ଗହଣରେ ବସିଥିବା ଆଲିଆ ଭଟଟ୍ ମଧ୍ୟ ରଣବୀରଙ୍କ କଥାରେ ଇମୋସନାଲ ହେବାର ନଜର ଆସିଥିଲେ। 

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫିଲ୍ମ ଫେୟାର ପୁରସ୍କାର ଉତ୍ସବ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା। ଟିଭିରେ ଏହାର ଟେଲିକାଷ୍ଟ ହୋଇ ସାରିଛି। ରଣବୀର କପୁରଙ୍କୁ ବହୁ ଚର୍ଚ୍ଚିତ ଫିଲ୍ମ ‘ଆନିମଲ’ ପାଇଁ ମିଳିଛ ଏହି ବେଷ୍ଟ ଆକ୍ଟରର ପୁରସ୍କାର। ଏହି ଦମଦାର ଇଭେଣ୍ଟର ଭିଡ଼ିଓ ଭାଇରାଲ ହେଉଛି। ଏଥିରେ ରଣବୀର କହୁଛନ୍ତି, ଯେବେ ଆମେ ଅହମ୍ମଦାବାଦରେ ପହଞ୍ଚିଲୁ ତ ଦେଖିଲୁ କି, ସହରର ରାସ୍ତା, ଗଳି ସବୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବ୍ୟାନର୍ସରେ ଭରି ଯାଇଛି, ଏହା ଖୁବ୍‌ ହୃଦୟସ୍ପର୍ଶୀ ଥିଲା। ଏପରି ସୁସଜ୍ଜିତ ଓ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଗୁଜରାଟ ସରକାରଙ୍କୁ ଖୁବ୍‌ ଧନ୍ୟବାଦ

ଏହାପରେ ରଣବୀର କହିଥିଲେ , ମୁଁ ଏହି ପୁରସ୍କାର ନିଜ ଜୀବନର ତିନି ଜଣ ଲୋକଙ୍କୁ ଡେଡିକେଟ୍‌ କରିବାକୁ ଚାହୁଁଛି। ଆରମ୍ଭ କରୁଛି ଆନିମଲର ଚାମ୍ପିୟନ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଠାରୁ। ଆପଣ ସ୍ୱତନ୍ତ୍ର, ଯାହାଙ୍କ ସହ ମୁଁ କାମ କରିଛି ,ସେ ସମସ୍ତଙ୍କ ମଧ୍ୟରେ ଆପଣ ଅଧିକ ଓରିଜିନାଲ ଓ ସିନେମେଟିକ୍‌ ଡାଇରେକ୍ଟର । ଆପଣଙ୍କ ସହ କାମ କରିବା ମୋ ପାଇଁ ସମ୍ମାନ ଓ ସୌଭାଗ୍ୟର କଥା । ଆପଣ ମୋ ଉପରେ ଯେଉଁ ଭରସା କରିଛନ୍ତି , ଏଥିରେ ମୋତେ ସାହସ ମିଳିଛି , ଆପଣ ଜିତି ଗଲେ

ଦ୍ୱିତୀୟ ବ୍ୟକ୍ତି ଯାହାଙ୍କୁ ମୁଁ ଏହି ପୁରସ୍କାର ଡେଡିକେଟ୍‌ କରିବାକୁ ଚାହୁଁଛି , ସେ ହେଉଛନ୍ତି ମିଷ୍ଟର ରିଷି କପୁର । ପାପା ମେରି ଜାନ୍‌ , ମୁଁ ପ୍ରତିଦିନ ଆପଣଙ୍କ ବିଷୟରେ ଭାବେ । ଆପଣଙ୍କୁ ମନେପକାଏ  ଏବଂ ଆପଣଙ୍କର ପ୍ରତି ଜିନିଷକୁ ଫିଲ୍‌ କଲେ , ସେହି ଆଫେକ୍ସନକୁ ଚାନେଲାଇଜ୍‌ କରିବାକୁ ଚେଷ୍ଟା କରୁଛି ଏବଂ ଆଶା କରୁଛି କି  ଆପଣ ସେଠାରେ ସୁଖ ଶାନ୍ତିରେ ଅଛନ୍ତି ଏବଂ ବିଶ୍ରାମ କରୁଛନ୍ତି। 

ଏହା ପରେ ରଣବୀର ନିଜ ଝିଅ ରାହାକୁ ପୁରସ୍କାର ଡେଡିକେଟ୍‌ କରିଛନ୍ତି । ରଣବୀର କହିଥିଲେ କି ରାହା ଜନ୍ମ ହେବାର ୭ଦିନ ପରେ ହିଁ ସେ ଆନିମଲର ସୁଟିଂକୁ ଚାଲି ଯାଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.