ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବିହାର ବିଧାନସଭାରେ ପ୍ରସ୍ତାବିତ ସଂରକ୍ଷଣର ପରିସର ବୃଦ୍ଧି ବିଲ୍‌ ପାସ୍ , ଏବେ ହେବ ୭୫ ପ୍ରତିଶତ

ପାଟନା : ବିହାର ବିଧାନସଭା ସଂରକ୍ଷଣ କୋଟା ବୃଦ୍ଧିର ବିଲ୍‌ ପାସ୍‌ ହୋଇ ଯାଇଛି। ଏହି ବିଲ୍‌ ବିନା ବିରୋଧରେ ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି। ଦୁଇ ଦିନ ପୂର୍ବେ ନୀତୀଶ କ୍ୟାବିନେଟ୍‌ ସଂରକ୍ଷଣର ପରିସର ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ବିପକ୍ଷୀ ଦଳ ବିଜେପିର କିଛି ବିଧାୟକଙ୍କୁ ୪ଟି ସଂଶୋଧନ ପ୍ରସ୍ତାବ ରଖିଥିଲେ , କିନ୍ତୁ ମନ୍ତ୍ରୀ ବିଜୟ ଚୌଧୁରୀଙ୍କର ସଫେଇ ପରେ ସେହି ପ୍ରସ୍ତାବ ଆଗକୁ ବଢାଇ ନଥିଲେ। ଏହାପରେ ଖୁବ୍‌ କରତାଳି ଭିତରେ ବିଧାନସଭା ସଂରକ୍ଷଣର ପରିସର ବଢାଇ ୭୫ ପ୍ରତିଶତ କରିବାର ବିଧେୟକ ପାସ୍‌ କରି ଦେଲେ। ବିଲ୍‌କୁ ଏବେ ବିଧାନ ପରିଷଦରେ ଉପସ୍ଥାପିତ କରାଯିବ। କାହିଁକି ନା ସରକାର ଓ ବିରୋଧି ଉଭୟ ଏହି ବିଲ୍‌ ଉପରେ ଏକା ସାଥିରେ ଅଛନ୍ତି, ଏଥିପାଇଁ ଏହାକୁ ସେଠାରେ ବି ପାସ୍ ହେବାରେ କୌଣସି ଅସୁବିଧା ହେବ ନାହିଁ। 

ବିଧେୟକ ଅନୁସାରେ , ଏସଟି ପାଇଁ ଥିବା ସଂରକ୍ଷଣ ଦୁଇଗୁଣା କରିଦିଆ ଯିବ , ଯାହାକି ଏସ୍‌ସି ପାଇଁ ଏହାକୁ ୧୬ ପ୍ରତିଶତରୁ ବଢାଇ ୨୦ ପ୍ରତିଶତ କରାଯିବ । ସେପଟେ ଇବିସି ପାଇଁ ସଂରକ୍ଷଣ ୧୮ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ ତ ଓବିସି ପାଇଁ ସଂରକ୍ଷଣକୁ ୧୨ ପ୍ରତିଶତରୁ ବଢାଇ ୧୫ ପ୍ରତିଶତ କରାଯିବ। 

ଗୃହରେ ସଂରକ୍ଷଣ ବିଧେୟକ ଉପରେ କହି ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି କି ସବୁ ଦଳର ସହମତିରେ ନିଷ୍ପତ୍ତି ନିଆଯାଇଛି। ଆମେ କେନ୍ଦ୍ର ସରକାରଙ୍କୁ ଭେଟିବାକୁ ଯାଇଥିଲୁ। କିନ୍ତୁ ମନା କରିଦିଆ ଗଲା। ପୁଣି ଆମେ ସମସ୍ତଙ୍କ ସହ ବୈଠକ କଲୁ ଏବଂ ଭାବିଚିନ୍ତି ନିର୍ଣ୍ଣୟ ନେଲୁ। ସେ କହିଛନ୍ତି କି, ୫୦ ପ୍ରତିଶତ ପୂର୍ବରୁ ସଂରକ୍ଷିତ ଥିଲା। ପୁଣି କେନ୍ଦ୍ର ୧୦ ପ୍ରତିଶତ ସାଧାରଣ ବର୍ଗ ପାଇଁ ଦେଲେ। ଆମେ ବି ତାକୁ ଲାଗୁ କଲୁ।  ଏବେ ୧୫ ପ୍ରତିଶତ ଆହୁରି ବଢାଇ ଦିଆଗଲା। ଏହାପରେ ଏବେ ରାଜ୍ୟରେ ୭୫ ପ୍ରତିଶତ ସଂରକ୍ଷଣ ହୋଇ ଯାଇଛି। 

ଏମିତି ସଂରକ୍ଷଣର ନୂଆ ଫର୍ମୂଲା –

-ଦଳିତ –ପଛୁଆ ବର୍ଗଙ୍କୁ ୧୫ ପ୍ରତିଶତ ଅଧିକ କୋଟା 

-ଅତି ପଛୁଆ ବର୍ଗଙ୍କୁ ୦୭ ପ୍ରତିଶତ ଅଧିକ ଲାଭ

-ପଛୁଆ ବର୍ଗଙ୍କୁ ଏବେ ୦୬ ପ୍ରତିଶତ ଅଧିକ ସଂରକ୍ଷଣ 

-ଅନୁସୂଚିତ ଜାତି –ଜନଜାତିର କୋଟା ୦୪ ପ୍ରତିଶତ ବଢିବ 

-ଆର୍ଥିକ ଭାବେ ପଛୁଆ ବର୍ଗଙ୍କ କୋଟା ୧୦ ପ୍ରତିଶତ ହିଁ ରହିବ 

Copyright © 2022 - Summa Real Media Private Limited. All Rights Reserved.