ନୂଆଦିଲ୍ଲୀ : ସିଙ୍ଗାପୁର ଏୟାରଲାଇନ୍ସରେ ଯାତ୍ରା କରିବା ପରେ ନ୍ୟୁଜିଲାଣ୍ଡର ଦମ୍ପତି ମାଗିଲେ ଫ୍ଲାଇଟ୍ ଭଡ଼ା। କହିଲେ ପୂରା ଯାତ୍ରାକୁ ସେ ଖୁବ୍ ଚିନ୍ତାଗ୍ରସ୍ତରେ ବିତେଇଛନ୍ତି। ଏହି ସମୟରେ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ଯେଉଁଥି ପାଇଁ ସେ ନିଜର ଭଡ଼ା ମାଗି ଥିଲେ। ଉକ୍ତ ଦମ୍ପତି ଏଥିପାଇଁ ଯେଉଁ କାରଣ କହି ଥିଲେ ଏହାକୁ ନେଇ ଳୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ମାମଲାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ୟୁଜରମାନେ ମଧ୍ୟ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି।
ଦମ୍ପତିଙ୍କର କହିବା ହେଲା କି ତାଙ୍କୁ ନିଜର ପୂରା ଯାତ୍ରା ଏକ ଏମିତି କୁକୁର ପାଖରେ ବସି କରିବାକୁ ପଡ଼ିଛି ଯିଏ ବାରମ୍ୱାର ଭୁକୁ ଥିଲା । ସେ କହିଥିଲେ କି ଏଥିରେ ସେ ଖୁବ୍ ବିଚଳିତ ହୋଇଥିଲେ ଆଉ ୧୩ ଘଣ୍ଟାର ଯାତ୍ରାରେ ଖୁବ୍ ଚିନ୍ତାରେ ପଡ଼ିଥିଲେ।
ନ୍ୟୁଜିଲ୍ୟାଣ୍ଡର ଷ୍ଟଫ୍ ମିଡ଼ିଆ ଅନୁସାରେ , ଏହି ଦମ୍ପତି ଭେଲିଙ୍ଗଟନରେ ରହୁଛନ୍ତି , ଯାହାଙ୍କ ନାଁ ଗିଲ୍ ଓ ୱାରେନ ପ୍ରେସ୍। ଏହି ଯୋଡ଼ି ଜୁନ୍ରେ ୟୁରୋପରୁ ନ୍ୟୁଜିଲ୍ୟାଣ୍ଡ ଫେରୁଥିଲେ। ସେମାନେ ପ୍ୟାରିସ୍ରୁ ସିଙ୍ଗାପୁରର ୧୩ ଘଣ୍ଟାର ଉଡ଼ାଣରେ ଯାତ୍ରା କରୁ ଥିଲେ , ଯେବେ ତାଙ୍କୁ ଏହି ସ୍ଥିତି ସହ ଗତି କରିବାକୁ ପଡ଼ିଥିଲା। ଦମ୍ପତିଙ୍କ କହିବା ହେଲା କି, ଆମକୁ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା କି ,ଆମ ପାଖରେ ଥିବା ଯାତ୍ରୀଙ୍କ ସାଥିରେ ଏକ କୁକୁର ଥିଲା , ଯିଏକି ପାଖରେ ବସିଥିଲା। ସେ ଲଗାତାର ଭୁକୁ ଥିଲା। ଯାହା କି ଖୁବ୍ ଅସହ୍ୟକର ଥିଲା।
ମହିଳା କହିଥିଲେ , ମୋତେ ଏମିତି ଲାଗିଲା କି ଯେମିତି କି ମୋର ସ୍ୱାମୀଙ୍କର ଫୋନ ବାଜୁଛି। ଯେତେବେଳେ ତଳକୁ ଦେଖିଲି ତ ଜାଣିବାକୁ ପାଇଲି କି କୁକୁରଟି ଜୋରରେ ନିଶ୍ୱାସ ନେଉଥିଲା। ମୁଁ ସେତେବେଳେ କହି ଦେଇଥିଲି କି ପୂରା ଯାତ୍ରାରେ ଏହାକୁ ମୋ ପାଖରେ ବସାଇ ପାରିବି ନାହିଁ।
ରିପୋର୍ଟ ମୁତାବିକ , ଏହି ସ୍ଥିତିରେ ଦମ୍ପତି କହିଥିଲେ ତି ସେ ନିଜର ସିଟ୍ ବଦଳାଇବାକୁ ଚାହୁଁଥିଲେ , ହେଲେ ଏହାକୁ ନେଇ କେବିନ କ୍ରୁ ତାଙ୍କୁ କହିଥିଲେ କି, ଇକୋନମି କ୍ଲାସ୍ ସେକ୍ସନରେ ପଛର ଏକ ସିଟ୍ ଖାଲି ଅଛି। ଏହି ସ୍ଥିତିରେ ତାଙ୍କୁ ନିଜ ସିଟ୍ରେ ବସି ରହିବାକୁ ପଡ଼ିଲା।