ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ, ଅପରାହ୍ନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

ଭୁବନେଶ୍ବର,୧।୬ : ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ୬ଟି ସଂସଦୀୟ କ୍ଷେତ୍ର ବାଲେଶ୍ବର, ଯାଜପୁର ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁରରେ ମତଦାନ ହେଉଛି। ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ମତଦାନ ହୋଇଛି।  ବାଲେଶ୍ବରରେ ସର୍ବାଧିକ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ବରରେ ୫୪.୦୪ ପ୍ରତିଶତ, ଯାଜପୁର ୪୮.୮୦, ମୟୂରଭଞ୍ଜ ୫୧.୦୩, କେନ୍ଦ୍ରାପଡା ୪୬.୪୬, ଭଦ୍ରକ ୪୬.୩୩ ଓ ଜଗତସଂହପୁରରେ  ୫୨.୫୨ ପ୍ରତିଶତ ମତଦାନ ହୋଇଛି। 

 ଅନ୍ତିମ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ  ୧୦ ହଜାର ୮୮୨ ଟି ପୁଲିଙ୍ଗ ବୁଥ ରେ ମତଦାନ ହେଉଛି | ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମତଦାନ ହେଉଛି। ସେହିପରି ୪୨ଟି ବିଧାନସଭା ଆସନ  ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ପାଇଁ ମତଦାନ ଜାରି ରହିଛି।

ଆହୁରି ପଢନ୍ତୁ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.