ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ମୋଦି , ୩ୟ ଥର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ : ଏନଡିଏ ସଂସଦୀୟ ଦଳର ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ସାକ୍ଷାତ କରିଥିଲେ। ନରେନ୍ଦ୍ର ମୋଦି ରବିବାର ଲଗାତାର ୩ୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।ଲୋକସଭା ନିର୍ବାଚନରେ ବିଜେପିକୁ ଗତ ଏକ ଦଶକ ମଧ୍ୟରେ ପ୍ରଥମ ଥର ବହୁମତ ମିଳିନାହିଁ ଏବଂ ଜେଡିୟୁ-ଟିଡିପି ଭଳି ସହଯୋଗୀ ଦଳର ସାହାଯ୍ୟରେ ଏନଡିଏ ଲଗାତାର ୩ୟ ଥର ସରକାର ଗଠନ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ସର୍ବ ପ୍ରଥମେ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ଏହା ପରେ  ବିଜେପିର ଆଉ ଜଣେ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଘରେ ପହଞ୍ଚ ମୋଦି ତାଙ୍କର ଆଶିର୍ବାଦ ନେଇଥିଲେ। ସେପଟେ ଏନଡିଏ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ୩ୟ ଥର ସରକାର ଗଠନ ହେବାର ଦାବି ଉପସ୍ଥାପିତ କରିଥିଲେ। ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ସମର୍ଥନର ଚିଠି ପ୍ରଦାନ କରିଛନ୍ତି। ୯ଜୁନ୍‌ ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ।

ସଂସଦଭବନର ପୁରୁଣା ବିଲ୍ଡିଂରେ ଥିବା ସମ୍ୱିଧାନ ଗୃହରେ ଶୁକ୍ରବାର ଏନଡିଏର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ବିଜେପିର ସବୁ ସହଯୋଗୀ ଦଳର ନେତା ସାମିଲ ହୋଇଛନ୍ତି। ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହେବା ପରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଚୟନ କରିବାର ପ୍ରସ୍ତାବ ରଖିଥିଲେ ଏବଂ ଏହାକୁ ସବୁ ଦଳ ଅନୁମୋଦନ କରି ଥିଲେ। ସାଉଣ୍ଡ ଓପିନିୟନ ଦ୍ୱାରା ନରେନ୍ଦ୍ର ମୋଦିଙ୍କୁ ଏନଡିଏ ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.