ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଓଟିପିସିଏଲ୍‌ରେ ଚାକିରି ନାଁରେ ଠକେଇ, ସୋମବାର ୬ ପୀଡ଼ିତଙ୍କ ବୟାନ ରେକର୍ଡ

କଟକ/ ଜଗତସିଂହପୁର ୧୦/୦୯: ଓଟିପିସିଏଲ୍‌ରେ ଚାକିରି  ଦେବା ନାଁରେ ମହାଠକେଇ ଘଟଣାରେ ଦରଘାବଜାର ଥାନା ଓ ଜଗତସିଂହପୁର  ଜିଲ୍ଲାର ତିର୍ତ୍ତୋଲ ଏବଂ କୃଷ୍ଣାନନ୍ଦପୁର  ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ସଞ୍ଜୟ ନାୟକ ସମେତ ଗିରଫ ୬ ଠକଙ୍କୁ ଉପରୋକ୍ତ ଦୁଇ ଥାନା ପୁଲିସ ରିମାଣ୍ଡରେ ନେବାକୁ ଯାଉଛି । ଅର୍ଥାତ୍‌ ସେହି  ଅଭିଯୁକ୍ତଙ୍କୁ ଉକ୍ତ ମାମଲାରେ ଯୋଡ଼ିବାକୁ  ଯାଉଛି । 

ରାଜ୍ୟର ଅନ୍ୟ ଯେଉଁ ଥାନାରେ  ଏମାନଙ୍କ ବିରୋଧରେ ମାମଲା ରୁଜୁ  ହୋଇଛି, ସେଗୁଡ଼ିକ ବି ପର୍ଯ୍ୟାୟକ୍ରମେ ଏହି  ମାମଲା ସହ ଯୋଡ଼ାଯିବ । ମାମଲା ସଂକ୍ରାନ୍ତ କାଗଜପତ୍ର ସଂଗ୍ରହ ପାଇଁ କମିସନରେଟ୍‌  ପୁଲିସ ସମ୍ପୃକ୍ତ ଜିଲ୍ଲା ପୁଲିସ ସହିତ ଯୋଗାଯୋଗ କରିଛି । ବ୍ୟାଙ୍କର ଆର୍ଥିକ  କାରବାର ସଂକ୍ରାନ୍ତ ତଥ୍ୟ ଦରଘାବଜାର  ଥାନା ପୁଲିସର ହସ୍ତଗତ ହୋଇଛି । ୬ଟି ଆକାଉଣ୍ଟ ତଥ୍ୟ ପୁଲିସ ଯାଞ୍ଚ କରୁଛି ।

ଦରଘାବଜାର ବ୍ରାହ୍ମଣ ସାହିର ରାଜକିଶୋର ମିଶ୍ରଙ୍କ ସହିତ ସଞ୍ଜୟ କୁମାର ନାୟକ  ପ୍ରଥମେ ଯୋଗାଯୋଗ କରିଥିଲା । ପରେ ରାଜକିଶୋରଙ୍କ ଭାଇ ଅମିୟ ରଞ୍ଜନ  ପଣ୍ଡା, ସୌମ୍ୟରଞ୍ଜନ ପଣ୍ଡା, ରଜନିକାନ୍ତ  ମିଶ୍ର, ରଞ୍ଜିତ ମହାଳିକ ଓ ଶୁଭମ୍‌ ସାହୁଙ୍କ ନିକଟରୁ ଓଟିପିସିଏଲରେ ନିଯୁକ୍ତି  ଲୋଭ ଦେଖାଇ ୫୩ ଲକ୍ଷ ଟଙ୍କା ଠକି  ନେଇଥିବାରୁ ସୋମବାର ଏହି ୬ ଜଣ  ପୀଡ଼ିତଙ୍କର ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ  ରେକର୍ଡ କରାଯିବ । ପରେ ଦରଘାବଜାର  ଥାନାକୁ ଆସିଥିବା ଅବଶିଷ୍ଟ ୧୨ ଜଣ  ଅଭିଯୋଗକାରୀଙ୍କ ବୟାନ ରେକର୍ଡ  କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଶନିବାର କୃଷ୍ଣାନନ୍ଦପୁର ଥାନାରେ ବିଶୁନପୁର  ଅଞ୍ଚଳର ହେମନ୍ତ କୁମାର ମହାପାତ୍ରଙ୍କ  ପକ୍ଷରୁ ଏକ ଏତଲା ଦିଆଯାଇଛି ।  

ଅଭିଯୋଗ ମୁତାବକ, ଗତବର୍ଷ  ଫେବ୍ରୁଆରୀ ମାସରେ ତାଙ୍କ ବଡ଼ ଭାଇ  ସରୋଜ କୁମାର ମହାପାତ୍ରଙ୍କ ପୁଅ ସୁଜିତ  କୁମାର ମହାପାତ୍ରଙ୍କୁ ଓଟିପିସିଏଲ୍‌ରେ  ଚାକିରି ମିଳିଯିବ କହି ହେମନ୍ତ କୁମାର  ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ  ବିଶୁନପୁର ପଞ୍ଚାୟତ ମଣପୁର ଗ୍ରାମର  ଦିପାଳିକା ଭଞ୍ଜ ଓ ଦିଲୀପ କୁମାର ମହାନ୍ତି ।  ଓଟିପିସିଏଲ୍‌ର ଏଚ୍‌ଆର୍‌ ବିଭାଗରେ  କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ନାୟକ  ସହ ପରିଚିତ କରାଇ ଦିଆଯାଇଥିଲା ।  ପରେ ପରେ ଓଟିପିସିଏଲ୍‌ରେ  ଷ୍ଟୋର୍‌ କିପର୍‌ ଚାକିରି ନିମନ୍ତେ ୮  ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା।

Copyright © 2022 - Summa Real Media Private Limited. All Rights Reserved.