ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ରୋକିବା ପ୍ରସଙ୍ଗ: ୧୪ରୁ ସିଂହଦ୍ୱାର ଜଗିବେ ପ୍ରତିହାରୀ

ପୁରୀ,୧୩/୦୭: ଶ୍ରୀମନ୍ଦିରକୁ ଅଣହିନ୍ଦୁ  ପ୍ରବେଶ ରୋକିବାରେ ପ୍ରଶାସନ ଫେଲ୍‌  ମାରୁଛି । ଜେଟିପି ହୁଅନ୍ତୁ ଅବା ପୁଲିସ  କର୍ମଚାରୀ ଅଣହିନ୍ଦୁଙ୍କୁ ଠିକ୍‌ ଭାବେ ଚିହ୍ନଟ  କରିପାରୁନାହାନ୍ତି କିମ୍ବା ସେମାନଙ୍କୁ ରୋକି  ପାରୁନାହାନ୍ତି । ଅଣହିନ୍ଦୁମାନେ ଶ୍ରୀମନ୍ଦିରରେ  ବାରମ୍ବାର ପ୍ରବେଶ କରିବା ଯୋଗୁଁ ଶ୍ରୀମନ୍ଦିରରେ  ନିଷିଦ୍ଧ ବ୍ୟବସ୍ଥା କ୍ଷୁଣ୍ଣ ହେଉଛି । ଏଥିସହ  ଠାକୁରଙ୍କ ନୀତିକ୍ରାନ୍ତି ପ୍ରଭାବିତ ହେଉଛି । ତେଣୁ  ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରତିହାରୀ  ବା ପଢ଼ିଆରୀ ସେବାୟତମାନେ ଶ୍ରୀମନ୍ଦିର  ସିଂହଦ୍ୱାରରେ ଜଗିବେ । ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରୀ ସେବକଙ୍କୁ  ଜଗିବା ପାଇଁ ନିୟୋଜିତ କରିବାକୁ ପ୍ରତିହାରୀ  ନିଯୋଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । 

ପ୍ରଥମ ପର୍ଯ୍ୟାୟ ପଦକ୍ଷେପରେ ସକାଳ ଏବଂ ସନ୍ଧ୍ୟା ସମୟରେ ପ୍ରତିହାରୀ ସେବକମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରହରା ଦେବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର  ୪ ଦ୍ୱାରରେ ପ୍ରତିହାରୀ ସେବକଙ୍କୁ ମୁତୟନ  କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରତିହାରୀ  ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାର  ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି । 

ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ସଂସ୍କୃତି  ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି,  ବନ୍ଦ ହୋଇଯାଇଥିବା ସେବାକୁ ପୁନଃ ପ୍ରଚଳିତ କରିବାକୁ ଏହି ନିଷ୍ପତ୍ତି ହୋଇଛି । ସକାଳେ  ଭିତରଚ୍ଛ ମହାପାତ୍ର ସିଂହଦ୍ୱାରରେ ପହଞ୍ଚିବା  ପରେ ପ୍ରତିହାରୀ ସେବାୟତ ଉପସ୍ଥିତ ରହି  ଦ୍ୱାର ଖୋଲିବେ । ଜେଟିପିମାନେ କରୁଥିବା  କାମ ବନ୍ଦ କରାଯିବ । ମହାପ୍ରଭୁଙ୍କ ଦୈନନ୍ଦିନ  ନୀତି ଦ୍ୱାରଫିଟାରୁ ଆରମ୍ଭ ହେଉଥିବାରୁ  ସକାଳେ ୨ ଜଣ, ସନ୍ଧ୍ୟା ଧୂପ ବେଳେ  ଅନ୍ୟ ୨ ଜଣ ସିଂହଦ୍ୱାରରେ ଉପସ୍ଥିତ ରହି  ଅଣହିନ୍ଦୁ ପ୍ରବେଶ ରୋକିବେ । ଶ୍ରୀମନ୍ଦିର  ସିଂହଦ୍ୱାର ପହଡ଼ କାମ ମଧ୍ୟ ଏଣିକି ପଢ଼ିଆରୀ  ସେବାୟତଙ୍କ ଉପସ୍ଥିତିରେ କରାଯିବ ।  ବ୍ରିଟିଶ ଶାସନ ସମୟରେ ପଢ଼ିଆରୀଙ୍କ  ସେବାକୁ ସଙ୍କୁଚିତ କରାଯାଇଥିଲା। ମାତ୍ର  ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ପଢ଼ିଆରୀଙ୍କ ସେବା  ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । 

ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ପ୍ରତିହାରୀମାନେ  ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ  କରୁଥିଲେ । ଏହାଛଡ଼ା ଶ୍ରୀଜିଉଙ୍କ ଭୋଗ  ଯିବା ବେଳେ ଏହାକୁ ସୁରକ୍ଷା ଦେବା, ପହଣ୍ଡି  ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା  ଓ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କ  ସୁରକ୍ଷା ମଧ୍ୟ ପ୍ରତିହାରୀଙ୍କ ଉପରେ ନ୍ୟସ୍ତ ଥିଲା ।  ମୂଷା ନଦୀ, ମାଳିନୀ ନଦୀ, ଲୋକନାଥ ଘାଟ  ପ୍ରଭୃତି ସ୍ଥାନରେ ମଧ୍ୟ ଘାଟଘର ପ୍ରତିହାରୀ  ନିୟୋଜିତ ରହି ଯାତ୍ରୀକର ଆଦାୟ ଓ ସୁରକ୍ଷା  ବ୍ୟବସ୍ଥା ତଦାରଖ କରୁଥିଲେ । ଶ୍ରୀପୁରୁଷୋତ୍ତମ  କର୍ମାଙ୍ଗୀ ପୁସ୍ତକରେ ମଧ୍ୟ ପ୍ରତିହାରୀଙ୍କ ସେବା  ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ୧୮୫୬ରେ  ଶ୍ରୀମନ୍ଦିର ଓ ଘାଟ ଜଗୁଥିବା ପଢ଼ିଆରୀଙ୍କୁ  ହଟାଇ ଜେଟିପି ବା ବରଖନ୍ଦା ନିୟୋଜିତ  କରାଯାଇଥିଲା । ୧୮୫୮ରେ ପଢ଼ିଆରୀଙ୍କ କାର୍ଯ୍ୟ  ପୁଲିସକୁ ଦିଆଯାଇଥିଲା । ମାତ୍ର ଏବେ ବାରମ୍ବାର  ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଥିବାରୁ  ଶ୍ରୀମନ୍ଦିରର ସୁରକ୍ଷା ବିପଦରେ ରହିଥିବା  ଅନୁଭବ କରି ପ୍ରତିହାରୀ ପୁନଃ ପୂର୍ବଭଳି  ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

ଏବେ ପ୍ରାୟ ୩୫୦ ଜଣ ପଢ଼ିଆରୀ  ସେବାୟତ ଥିବାବେଳେ ପ୍ରତିଦିନ ପ୍ରାୟ  ୫୭ ଜଣ ପଢ଼ିଆରୀ ସେବାୟତ ଶ୍ରୀମନ୍ଦିର  ଭିତରେ ବିଭିନ୍ନ ସ୍ଥାନରେ ସେବା ଦେଉଛନ୍ତି ।  ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ଶ୍ରୀମନ୍ଦିର  ପ୍ରଶାସନ ଅନୁମତି ଦେଇଛି । ଏନେଇ  ପ୍ରଶାସନ ପ୍ରାପ୍ୟ ପାଉଣା ନ ଦେଲେ ପ୍ରତିହାରୀ  ନିଯୋଗ ଏହାର ଭାର ତୁଲାଇବ । ଶନିବାର ନିଯୋଗ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ  ବୋଲି ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.