ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟିଉସନରୁ ସାଇକେଲରେ ଘରକୁ ଫେରୁଥିଲେ ନାବାଳକ, ଗୋଡ଼ରେ ଚଢ଼ିଗଲା ହାଇଓ୍ବା

କଣାସ, ୯।୬ :  ୫ ନମ୍ବର ଜାତୀୟ ରାଜପଥ କୁ ସଂଯୁକ୍ତ ହୋଇଥିବା ନୂଆ ଜଗନ୍ନାଥ ସଡ଼କ କୋଟକଣା ଛକ ଠାରେ ଦୁର୍ଘଟଣା ଘଟିଛି। ଟିୟୁସନ୍ ସାରି ଜଣେ ନାବାଳକ ସାଇକେଲରେ  ଘରକୁ ଯିବା ବେଳେ ଏହ ହାଇଓ୍ବା ଧକ୍କା ଦେଇ  ନାବାଳକ ଗୋଡ଼ରେ  ଚଢେଇ ଦେଇଛି। ଏଥିରେ ନାବାଳକ ଜଣକ ଗୁରୁତର ହୋଇଛି। ଗୁରୁତର ଆହାତ ହୋଇଥିବା ନାବାଳକ ଜଣକ  କଣାସ ଥାନା ଅନ୍ତର୍ଗତ ନନ୍ଦିଗୋଦ ଗ୍ରାମର ଆନନ୍ଦ ସ୍ୱାଇଁ ଙ୍କ ଏକମାତ୍ର ପୁଅ ସୁମିତ୍ ସ୍ୱାଇଁ । 

ଏହି ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା  ଦେଖା ଦେଇଛି।  ଟ୍ରକ ଡ୍ରାଇଭର କୁ ଗ୍ରାମବାସୀ ଅଟକ ରଖି କୋଟକଣା ଛକ ନୂଆ ଜଗନ୍ନାଥ ସଡ଼କ ଠାରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡ଼ା ହୋଇଥିବା ବେଳେ ଖବର ପାଇ କଣାସ ଓ ଗଡ଼ିସାଗୋଦା ଥାନା ପୋଲିସ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ ହାଇଓ୍ବା କୁ ଜବତ କରିଛି । ଗୁରୁତ୍ୱର ନାବାଳକକୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବର  ସରକାରୀ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.