ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଇଣ୍ଡୋନେସିଆର ଏକ ବେଆଇନ୍ ସୁନା ଖଣିରେ ଭୂସ୍ଖଳନ, ୧୧ ମୃତ, ୨୦ ନିଖୋଜ…

ନୂଆଦିଲ୍ଲୀ : ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ମୁସଳଧାରାରେ କାରଣରୁ ଏଠାରେ ଥିବା ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀ ମାନେ ସୋମବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋରୋଣ୍ଟାଲୋ ରାଜ୍ୟର ଉଦ୍ଧାରକାରୀ ଏଜେନ୍‌ସିର ମୁଖପାତ୍ର ଅଫିଫୁଦିନ ଇଲାହୁଦେ କହିଛନ୍ତି ଯେ, ରାଜ୍ୟର ସୁଦୂର ବନ୍ ବୋଲାଙ୍ଗୋରେ ଥିବା ଏକ ଛୋଟ ସୁନା ଖଣିରେ ୩୩ ଜଣ ଲୋକ ଏକ ଗାତ ଖୋଳୁଥିଲେ । ଏହି ସମୟରେ ପାହାଡରୁ ଅନେକ ଟନ୍ ମାଟି ସେମାନଙ୍କ ଉପରେ ପଡିଥିଲା । 

ଏଲାହୁଡେ କହିଛନ୍ତି ଯେ ଉଦ୍ଧାରକାରୀ ମାନେ ରବିବାର ଦୁଇ ଆହତଙ୍କୁ ଉଦ୍ଧାର କରିଛନ୍ତି ଏବଂ ସୋମବାର ସୁଦ୍ଧା ୧୧ ଟି ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଖବର ପାଇ ଉଦ୍ଧାରକାରୀ ଦଳ ଅନ୍ୟ ୨୦ ଜଣଙ୍କୁ ଖୋଜୁଛନ୍ତି । ବେଆଇନ ଖଣି କାରବାର ଇଣ୍ଡୋନେସିଆରେ ଏକ ବୃହତ ପରିମାଣରେ ହୋଇଥାଏ । ଏଥିରେ ହଜାର ହଜାର ଲୋକଙ୍କୁ ଜୀବିକା ମିଳିଥାଏ । ଏହି ଲୋକମାନେ ଗୁରୁତର ଆଘାତ କିମ୍ବା ମୃତ୍ୟୁ ହେବାର ଆଶଙ୍କା ଥିବା ଅବସ୍ଥାରେ କାର୍ଯ୍ୟ କରନ୍ତି । 

ଅଧିକାରୀ କହିଛନ୍ତି, ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଆମେ ଜାତୀୟ ଉଦ୍ଧାରକାରୀ ଦଳ, ପୋଲିସ ଏବଂ ସେନା କର୍ମଚାରୀଙ୍କ ସମେତ ୧୬୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛୁ । ଏଥି ସହିତ ଉଦ୍ଧାରକାରୀ ମାନଙ୍କୁ ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୨୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ଏଠାରେ ରାସ୍ତାରେ କାଦୁଅ ଏବଂ ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି ।

ଅଧିକାରୀ କହିଛନ୍ତି ଯେ ଭୂସ୍ଖଳନ ହେତୁ କିଛି ଘର ମଧ୍ୟ ନଷ୍ଟ ହୋଇଯାଇଛି। ଇଣ୍ଡୋନେସିଆର ବିପର୍ଯ୍ୟୟ ଏଜେନ୍ସି ଅନୁଯାୟୀ ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସେତୁ ନଷ୍ଟ ହୋଇଯାଇଛି । ବିପର୍ଯ୍ୟୟ ଏଜେନ୍ସି ସ୍ଥାନୀୟ ବାସିନ୍ଦାଙ୍କୁ ଚେତାବନୀ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.