ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡରେ ୨୩ ବର୍ଷରେ ୧୨ ମୁଖ୍ୟମନ୍ତ୍ରୀ: କେବଳ ରଘୁବର ଦାସ ପୂରା କରିଛନ୍ତି କାର୍ଯ୍ୟକାଳ, ୩ ଥର ମୁଖ୍ୟମନ୍ତ୍ରୀ ଥିଲେ ଶିବୁ ସୋରେନ

ରାଞ୍ଚି,୦୧/୦୨: ଝାଡ଼ଖଣ୍ଡ ରାଜନୀତିରେ ବୁଧବାର ମହାନାଟକ ଦେଖିବାକୁ ମିଳିଛି । ଦୋହଲି ଯାଇଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗାଦି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ୭ ଘଣ୍ଟା ଜେରା ପରେ  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ।  ପରେ ତାଙ୍କୁ ଗିରଫ କରାଯାଇଛି । ଫଳରେ ସେ ନିଜ  କାର୍ଯ୍ୟକାଳ ପୂରା କରିପାରି ନାହାନ୍ତି । ଏବେ ଚମ୍ପଇ ସୋରେନ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ହେବେ । ୨୩ ବର୍ଷର ଝାଡ଼ଖଣ୍ଡକୁ ଏହାର ୧୨ତମ ମୁଖ୍ୟମନ୍ତ୍ରୀ ମିଳିବେ । ରାଜ୍ୟ ଗଠନ ହେବା ପରେ ଏ ପର୍ଯ୍ୟନ୍ତ  ୧୧ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । 

୨୦୦୦ ନଭେମ୍ବର ୧୫ରେ ବିହାରରୁ ପୃଥକ୍‌  ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇଥିଲା । ପ୍ରଥମ  ମୁଖ୍ୟମନ୍ତ୍ରୀ ଭାବେ ବାବୁଲାଲ ମରାଣ୍ଡି ରାଜ୍ୟର  କମାଣ ସମ୍ଭାଳିଥିଲେ । ପରେ ହେମନ୍ତଙ୍କ ପିତା  ଶିବୁ ସୋରେନ ସର୍ବନିମ୍ନ ୧୦ ଦିନ ପାଇଁ ମୁଖ୍ୟମନ୍ତ୍ରୀ  ହୋଇଥିଲା ବେଳେ ବିଜେପିର ରଘୁବର ଦାସ  ସର୍ବାଧିକ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ଅର୍ଥାତ୍‌ କେବଳ ରଘୁବର ହିଁ ମୁଖ୍ୟମନ୍ତ୍ରୀ ଭାବେ ନିଜ  ୫ ବର୍ଷ କାର୍ଯ୍ୟକାଳ ପୂରା କରିଥିଲେ । 

ସୋରେନ୍‌ ପରିବାର ୫ ଥର ମୁଖ୍ୟମନ୍ତ୍ରୀ ଆସନ ଉପରେ ହକ୍‌  ଜମାଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ର ଅଧ୍ୟକ୍ଷ ଶିବୁ ସୋରେନ ୩ ଥର ମୁଖ୍ୟମନ୍ତ୍ରୀ  ହୋଇଥିଲେ । କିନ୍ତୁ ତାଙ୍କ ୩ ଥରର କାର୍ଯ୍ୟକାଳ  ପୁଅ ହେମନ୍ତଙ୍କ ଗୋଟିଏ କାର୍ଯ୍ୟକାଳଠାରୁ ବି କମ୍‌ ରହିଥିଲା । ହେମନ୍ତ ସୋରେନ ପ୍ରଥମ ଥର ପାଇଁ ୧  ବର୍ଷ ୫ ମାସ ୧୦ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ ।  ଦ୍ୱିତୀୟ ଥରର କାର୍ଯ୍ୟକାଳ ୧୦ ମାସ ତିଷ୍ଠିଥିଲା ।  ରାଜ୍ୟ ଗଠନ ପରେ ୨୦୦୦ରେ ପ୍ରଥମ ମୁଖ୍ୟମନ୍ତ୍ରୀ  ହୋଇଥିଲେ ବାବୁଲାଲ ମରାଣ୍ଡି । କିନ୍ତୁ ସେ କାର୍ଯ୍ୟକାଳ ପୂରା କରିପାରି ନ ଥିଲେ । ଆଭ୍ୟନ୍ତରୀଣ ବିରୋଧ  ଯୋଗୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । 

ଅନ୍ୟପକ୍ଷରେ ଝାଡ଼ଖଣ୍ଡ ବିଜେପିର ଆଦିବାସୀ  ଚେହେରା ଭାବେ ପରିଚିତ ଅର୍ଜୁନ ମୁଣ୍ଡା ୩ ଥର  ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୦୩ ମାର୍ଚ୍ଚ୧୮ରେ ସେ  ପ୍ରଥମ ଥର ପାଇଁ ଗାଦିରେ ବସିଥିଲେ । ଏହାପରେ  ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ କୌଣସି  କାର୍ଯ୍ୟକାଳ ପୂରା କରିପାରି ନ ଥିଲେ । ୨୦୦୬  ସେପ୍ଟେମ୍ବର ୧୮ରେ ନିର୍ଦ୍ଦଳୀୟ ବିଧାୟକ ମଧୁ କୋଡ଼ା  କମାଣ ସମ୍ଭାଳି ରାଜ୍ୟର ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଥିଲେ । ସେ ଦୁଇବର୍ଷରୁ ବି କମ୍‌ ସମୟ  ପଦ ସମ୍ଭାଳିଥିଲେ । ନିର୍ଦ୍ଦଳୀୟ ବିଧାୟକ ଥାଇ ସୁଦ୍ଧା  ମୁଖ୍ୟମନ୍ତ୍ରୀ ହେବାରୁ ତାଙ୍କ ନାମ ଲିମ୍‌କା ବୁକ୍‌ ଅଫ୍‌  ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା । 

ହେମନ୍ତ ସୋରେନଙ୍କ ସରକାର ପରେ  ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା ।  ଏହି ନିର୍ବାଚନରେ ବିଜେପି ମେଣ୍ଟ ପୂର୍ଣ୍ଣ ବହୁମତ  ହାସଲ କରିଥିଲା ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ  ଗୋଟିଏ ସରକାର ୫ ବର୍ଷ ପୂରଣ କରିଥିଲା । ବିଜେପି  ସରକାରର ନେତୃତ୍ୱ ରଘୁବରା ଦାସ ନେଇଥିଲେ ।  ସେ ୨୦୧୪ ଡିସେମ୍ବର ୨୮ରୁ ୨୦୧୯ ଡିସେମ୍ବର  ୨୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ  ହୋଇଥିଲା । ୨୦୧୯ ଡିସେମ୍ବର ୨୯ରେ ହେମନ୍ତ  ସୋରେନ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୪ ବର୍ଷ  ୧ ମାସ ମୁଖ୍ୟମନ୍ତ୍ରୀ ରହି ବୁଧବାର ଇସ୍ତଫା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.