ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୩୪ ନୂଆଁ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା

ଲୋଇସିଂହା, ୨୫।୨: ରାଜ୍ୟ ସରକାର  ଶନିବାର ୩୪ଟି ନୂଆଁ ଏନ୍‌ଏସି ଘୋଷଣା କରିଛନ୍ତି । ଏଥିରେ ଲୋଇସିଂହା ବାଦ୍ ପଡ଼ିଛି । ଯାହା ଫଳରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ରବିବାର ବିଜେପି ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସମସ୍ତ ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିଛି । 

ବିଜେପି ପକ୍ଷରୁ ସ୍ଥାନୀୟ ପଦ୍ମପୁର ଛକରେ ରାସ୍ତା ରୋକ ହୋଇଥିବା ବେଳେ କଲେଜ ଛକଠାରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଉଭୟ ପଟରେ ବହୁ ସଂଖ୍ୟାରେ ଚାରି ଚକିଆ ଯାନବାହାନ ଅଟକି ରହିଛି । ଆଜି ରବିବାର ହୋଇଇବାରୁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଆଂଶିକ ବନ୍ଦ ରହିଛି । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ବିକାଶ ପରିଷଦ । ଶାନ୍ତି ଶୃଙ୍ଖଳା ପାଇଁ ଲୋଇସିଂହା ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.