ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଗାଁଠୁ ସହର ବଦଳିବ ସ୍ୱାସ୍ଥ୍ୟସେବା ଚିତ୍ର, ‘ଆମ ହସ୍ପିଟାଲ୍‌’ରେ ରୂପାନ୍ତରଣ ହେବ ୧୮୫୮ ସରକାରୀ ଡାକ୍ତରଖାନା

ଭୁବନେଶ୍ୱର, ୧୫/୧୧ : ଚମକିବ ସରକାରୀ ଡାକ୍ତରଖାନା । ଅନୁକୂଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ସୂଚନା ପାଇଁ ଲାଗିବ ଡିସ୍‌ପ୍ଲେ ବୋର୍ଡ । ଆଉ ଦେଖିବାକୁ ମିଳିବନି ଭିଡ଼ କି ଲମ୍ବା ଧାଡ଼ି । ଯାହାର ନମ୍ବର ପଡ଼ିବ, ମାଇକ୍‌ରେ ସଂପୃକ୍ତ ରୋଗୀଙ୍କ ନାମ ଡକାଯିବ । ଲାବ୍ରୋଟାରୀ ରିପୋର୍ଟ ପାଇଁ ଅଯଥାରେ ରୋଗୀଙ୍କୁ ଡାକ୍ତରଖାନା ଆସିବା ଦରକାର ପଡ଼ିବନି । ହ୍ୱାଟସଆପ୍‌, ଇ-ମେଲ୍‌ରେ ରୋଗୀଙ୍କ ପାଖରେ ପହଞ୍ଚିବ ଲାବ୍‌ ରିପୋର୍ଟ । ୫-ଟି ଅଧୀନରେ ‘ଆମ ହସ୍ପିଟାଲ’ ଯୋଜନାରେ ଏମିତି ନୂଆ ରୂପ ନେବ ସମସ୍ତ ସରକାରୀ ଡାକ୍ତରଖାନା । ୫-ଟି ଆଧାରରେ ସମସ୍ତ ୧୮୫୮ଟି ସରକାରୀ ଡାକ୍ତରଖାନାର ରୂପାନ୍ତରୀକରଣ ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି । ଆସନ୍ତା ୫ ବର୍ଷ ପାଇଁ (୨୦୨୩-୨୪ରୁ ୨୦୨୭- ୨୮) ଏହି ଯୋଜନାରେ ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନାର ରୂପାନ୍ତର ହେବ । କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି । 

ସମସ୍ତ ସରକାରୀ ଡାକ୍ତରଖାନା (ପ୍ରାଥମିକ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ) ସ୍ତରରେ ପର୍ଯ୍ୟାୟ କ୍ରମେ ଉନ୍ନତୀକରଣ କରାଯିବ । ଡାକ୍ତରଖାନାର ବ୍ୟବସ୍ଥା ହେବ ସୁଦୃଢ଼ । ମିଳିବ ତ୍ୱରିତ ସେବା । ଚକାଚକ୍‌ ହେବ ହସ୍ପିଟାଲ ପରିସର । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁର ବ୍ୟବସ୍ଥାକୁ ଉନ୍ନତକରଣ ଓ ଅତ୍ୟାଧୁନିକ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମ ହସ୍ପିଟାଲ ଯୋଜନାକୁ ଅନୁମୋଦନ ମିଳିଛି । ପ୍ରତିଟି ଜୀବନ ମୂଲ୍ୟବାନ- ଏହି ମୂଳ ମନ୍ତ୍ରକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୫-ଟି ଅଧୀନରେ ଏକ ରୂପାନ୍ତରୀକରଣ ଯୋଜନାରେ ଚିକିତ୍ସା ପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନପୂର୍ବକ ଚିକିତ୍ସା ସେବା ଦିଆଯିବ । 

ରୋଗୀଙ୍କୁ ଅନୁକୂଳ ପରିବେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ଏହି ‘ଆମ ହସ୍ପିଟାଲ’ ଯୋଜନା କରାଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ‘ଆମ ହସ୍ପିଟାଲ’ ରୂପାନ୍ତରୀକରଣ ଯୋଜନା ହାତକୁ ନିଆଯାଇଛି । ଏହି ଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଥିବା ସମସ୍ତ ସରକାରୀ ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ରୂପାନ୍ତରଣ କରାଯିବ । ରୋଗୀ ଓ ତାଙ୍କ ସମ୍ପର୍କୀୟ (ଆଟେଣ୍ଡାଣ୍ଟ)ଙ୍କୁ ଆବଶ୍ୟକୀୟ ଉତ୍ତମ ମୌଳିକ ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ରୋଗୀ ପ୍ରତୀକ୍ଷାସ୍ଥାନର ଉନ୍ନତିକରଣ ହେବ ଓ ସବୁ ମୌଳିକ ସେବା ସେଠାରେ ଉପଲବ୍ଧ ହେବ । ବିନା ମୂଲ୍ୟରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟର ସଂଖ୍ୟା ବଢ଼ାଯିବ । ହସ୍ପିଟାଲର ଶୌଚାଳୟକୁ ସବୁବେଳେ ସ୍ୱଚ୍ଛ ଓ ଚକାଚକ୍‌ ରଖାଯିବ । ଗୋଟିଏ ବିଭାଗରୁ ଅନ୍ୟ ବିଭାକୁ ଯା’ଆସ ପାଇଁ ଭିତର ରାସ୍ତା ପକ୍କା ରହିବ । ସେଡ୍‌ ମଧ୍ୟ ନିର୍ମାଣ କରାଯିବ । 

ଆମ ହସ୍ପିଟାଲ ଯୋଜନାରେ ସେବା ଓ ବ୍ୟବସ୍ଥା ପୂରା ସୁଦୃଢ଼ ହେବ । ରୋଗୀଙ୍କ ସହ ଡାକ୍ତରଖାନା ଆସିଥିବା ଆଟେଣ୍ଡାଣ୍ଟମାନଙ୍କ ରହଣୀର ସୁବିଧା ପାଇଁ ବିଶ୍ରାମ ଗୃହ ତିଆରି ହେବ । ସେବା ପ୍ରଦାନ କରାଯାଉଥିବା ସ୍ଥାନଗୁଡ଼ିକରେ ଏକକାଳୀନ ଅତ୍ୟଧିକ ଭିଡ଼ କମାଇବା ପାଇଁ ରୋଗୀମାନଙ୍କୁ ଡାକିବା ଲାଗି ବ୍ୟବସ୍ଥା ରହିବ । ଡାକ୍ତରଖାନା ଭିତରେ ବିଭିନ୍ନ ବିଭାଗ ଓ ଉପଲବ୍ଧ ସେବା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ସମାନ ଧରଣର ବ୍ରାଣ୍ଡିଂ ଓ ସାଇନେଜ ଲଗାଯିବ । ଜନସଚେତନତା ପାଇଁ ଡିସ୍‌ ପ୍ଲେ ବୋର୍ଡ ରହିବ । ଗାଡ଼ି ପାଇଁ ଆବଶ୍ୟକ ପାର୍କିଂ ସ୍ଥାନ ସହ ସେଡ୍‌ ବ୍ୟବସ୍ଥା ହେବ । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କିତ ସୂଚନାଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ରଖାଯିବ । ଜଳଖିଆ ପାଇଁ ଡାକ୍ତରଖାନାରେ ମିଶନ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ ହେବ । ରିହାତି ମୂଲ୍ୟରେ ଉତ୍ତମ ଗୁଣମାନ ଯୁକ୍ତ ଖାଦ୍ୟ ଯୋଗାଣ ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ରହିବ । ହସ୍ପିଟାଲ ପ୍ରବେଶ ପଥ ଯେଭଳି ଭଲ ଭାବେ ଦେଖାଯିବ, ସେଭଳି ସମାନ ଧରଣର ପ୍ରବେଶ ଦ୍ୱାର ନିର୍ମାଣ ହେବ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.