ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ବାଲେଶ୍ୱର ଷ୍ଟେସନ୍‌ ନବୀକରଣ ପାଇଁ ୧୯୭ କୋଟି ମଞ୍ଜୁର, ଓଡ଼ିଶାର କଳାସଂସ୍କୃତିରେ ଝଲସିବ ଷ୍ଟେସନ୍‌ର ତୋରଣ

ବାଲେଶ୍ୱର,୧୦/୦୨: ବାଲେଶ୍ୱର ପୁରୁଣା  ରେଳ ଷ୍ଟେସନ୍‌ର ନବୀକରଣ ପାଇଁ ୧୯୭ କୋଟି  ଟଙ୍କା ମଞ୍ଜୁର କରି ପୁଣି ଥରେ ବାଲେଶ୍ୱରବାସୀଙ୍କ ମନ ଜିତିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  ରେଳ ଷ୍ଟେସନ୍‌ର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ ।  ଷ୍ଟେସନ୍‌ର ତୋରଣ, ଷ୍ଟେସନ୍‌ ବିଲ୍ଡିଂର ବାହାର ଓ  ଭିତର ପାଶ୍ୱର୍ରେ ବାଲେଶ୍ୱର ସମେତ ଓଡ଼ିଶାର  କଳାସଂସ୍କୃତିରେ ଝଲସିବ । ଷ୍ଟେସନ ବାହାର  ପାଶ୍ୱର୍ରେ କୋଣାର୍କ ମନ୍ଦିରରେ ଯେଭଳି ଚକ ଅଛି,  ସେମିତି ଚକ ରଖାଯିବ । ଷ୍ଟେସନ କୋଠାର ଉପର  ଅଂଶ ଜଗନ୍ନାଥ ମନ୍ଦିର ଆକୃତିର କରାଯିବ । ବାହାର  ପାଶ୍ୱର୍ରେ ସଉରା ସଂସ୍କୃତିର ପେଣ୍ଟିଂ ଲଗାଯିବ । 

ଆଗାମୀ ୫୦ ବର୍ଷକୁ ଲକ୍ଷ୍ୟ ରଖି ଷ୍ଟେସନର  ନବୀକରଣ କାମ ହେବ । ପ୍ରତିଦିନ ଏଠାରେ  ୫୦ହଜାରୁ ଅଧିକ ଯାତ୍ରୀ ଯାତାୟାତ କରିବାର  ସୁବିଧା ରହିବ । ଷ୍ଟେସନ ବିଲ୍ଡିଂର ଉଭୟ ପାଶ୍ୱର୍ରେ  ୧୮ ମିଟର ଓସାରର ରୁଫ୍‌ ପ୍ଲାଜା ରହିବ ।  ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମାଗାର ହେବ ।  ଷ୍ଟେସନ୍‌ରେ ୧୪ ଲିଫ୍ଟ, ୬ ଏସ୍‌କାଲେଟର, ୨୦  ଆସେସ କଣ୍ଟ୍ରୋଲ ଗେଟ୍‌ ରହିବ ।  ସବୁ ପ୍ଲାଟଫର୍ମକୁ ସଂଯୋଗ କରିବା  ପାଇଁ ୩ ଫ୍ଲାଏଓଭର କରାଯିବ ।  ପ୍ଲାଟଫର୍ମରେ ୧୩୩ କିଲୋୱାଟ୍‌ର  ସୋଲାର ପ୍ୟାନେଲ, ୧୦୦୦  କେଏଲଡି ୱାଟର ରିସାଇକେଲିଂ  ପ୍ଲାଣ୍ଟ ରହିବ । ଏହି ସବୁ କାର୍ଯ୍ୟ ୩୦  ମାସ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ରେଳ ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ  ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସାଂସଦ ପ୍ରତାପ ଚନ୍ଦ୍ର  ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ୱର ବିଜେପି  ପକ୍ଷରୁ ମଧ୍ୟ ଶ୍ରୀ ବୈଷ୍ଣବଙ୍କୁ ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.