ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅଧ୍ୟାପକଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ, ପଛରୁ ଆସି ଭୁଜାଲିରେ ହାଣିଲେ ୨ ଦୁର୍ବୃତ୍ତ

ଉଦଳା, ୧୨/୦୮ : ଅଧ୍ୟାପକଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ। ପଛରୁ ଆସି ଭୁଜାଲିରେ ହାଣିଲେ ୨ ଦୁର୍ବୃତ୍ତ। ହେଲମେଟ୍ ପିନ୍ଧିଥିବା ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଅଧ୍ୟାପକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁକୁରଡିମା ଛକ ନିକଟରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, କପ୍ତିପଦା ଥାନା ନୁଦଡିହା ମେଘାସନ ମହାବିଦ୍ୟାଳୟର ଯୁକ୍ତ ୩ ଗଣିତ ବିଭାଗର ଅଧ୍ୟାପକ ରୂପେଶ କୁମାର ମହାପାତ୍ର ତାଙ୍କ ବାଇକ୍ ଯୋଗେ କଲେଜ ଯାଉଥିଲେ। ଏହି ସମୟରେ କୁକୁରଡିମା ଛକ ନିକଟରେ ଦୁଇ ଜଣ ଯୁବକ ପଛ ପାଖରୁ ବାଇକରେ ଆସି ଏକ ବଡ଼ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣିବାକୁ ଉଦ୍ୟମ କରିଥିଲେ। ଅଧ୍ୟାପକ ହେଲମେଟ ପିନ୍ଧି ଥିବାରୁ ତାଙ୍କ ହେଲମେଟରେ ଭୁଜାଲି ଚୋଟ ବାଜିଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଅଧ୍ୟାପକଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇଥିଲେ। ଅଧ୍ୟାପକ ନିକଟସ୍ଥ ଗ୍ରାମ ଭିତରକୁ ପଶିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। 

କେଉଁ କାରଣରୁ ଅଧ୍ୟାପକଙ୍କୁ ଆକ୍ରମଣ କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏହି ଘଟଣାର ଛାନଭିନ୍ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.