ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣା : ୪ ଗିରଫ,୨ବାଇକ ଜବତ

ବଡବିଲ,୨୯।୬ :  ଚମ୍ପୁଆ ଥାନା ରିମୁଳି ବାଇପାସରେ ଖେଳନା ବନ୍ଧୁକ ଦେଖାଇ ତେଜରାତି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ଘଟଣାରେ  ୪ ଜଣ ଲୁଟେରାଙ୍କୁ ଚମ୍ପୁଆ ପୋଲିସ ଗିରଫ କରିଛି ।  ସେମାନଙ୍କ ଠାରୁ ନଗଦ ୫୩ ହଜାର ଟଙ୍କା , ଗୋଟିଏ ଖେଳଣା ବନ୍ଧୁକ , ୪ ମୋବାଇଲ, ୨ ବାଇକ୍ ଜବତ୍   କରିଛି । ଗିରଫ ଅଭିଯୁକ୍ତ ମାନେ ଯୋଡ଼ା ଥାନା ହୁଡ଼ି ସାହି ଓ କୁନ୍ଦୂରନାଲା ଅଞ୍ଚଳର ।

  ଗତ ୨୧ ତାରିଖ ରାତିରେ ଦେବଦତ୍ତ ଦୋକାନ ବନ୍ଦ କରି  ଘରକୁ ଫେରୁଥିବା ବେଳେ ୮ ଜଣ ଦୁର୍ବୃତ୍ତ ତିନୋଟି ବାଇକରେ ଆସି ରିମୁଳି ବାଇପାସ୍ ନିକଟରେ ତାଙ୍କୁ ବନ୍ଧୁକ ଦେଖାଇ ୩ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଦେବଦତ୍ତ ଚମ୍ପୁଆ ଥାନାରେ ଅଭିଯୋଗ କରିବା ପରେ  ପୋଲିସ୍ ଯୋଡ଼ା ବିଭିନ୍ନ ଅଞ୍ଚଳରେ ଚଢାଉ କରି ୪ ଜଣକୁ ଗିରଫ କରିଛି। ଗିରଫ ଲୁଟେରାମାନେ ହେଲେ ଯୋଡ଼ା ହୁଡି ସାହିର ପ୍ରଶାନ୍ତ ଦାସ, କୈଶଲ ସିଂ, କୁନ୍ଦୁଲ ନାଲାର  ଭାକୁଲୁ କାରୁଆ ଓ ଆଜାଦ ବସ୍ତିର ଆଫନ ଅଲ୍ଲି । ଏହି ମାମଲାରେ ଜଡିତ ଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.