ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ଟି ସର୍ବପୁରାତନ ଭାରତୀୟ ଭାଷା, ଜାଣନ୍ତୁ

ଭାରତରେ  ବିଭିନ୍ନ ଭାଷାଭାଷୀର ଲୋକେ  ବାସ କରନ୍ତି । ଆଉ ପ୍ରତ୍ୟେକ ଭାରତୀୟ ଭାଷାର ବିଶେଷତ୍ବ ଓ ଇତିହାସ ରହିଛି। ତେବେ ଆସନ୍ତୁ ଜାଣିବା ଭାରତର ୫ଟି ବେଶ୍ ପୁରୁଣା ଭାଷା ବିଷୟରେ। ଅନେକ ଭାରତୀୟ  ପ୍ରାଚୀନ ଭାରତୀୟ ଭାଷା ସଂସ୍କୃତକୁ ସେମାନଙ୍କର ମାତୃଭାଷା ଭାବରେ ବ୍ୟବହାର କରନ୍ତି। ଏହା ବ୍ୟତୀତ ଶ୍ରୀଲଙ୍କା,ନେପାଳରେ ମଧ୍ୟ ଏହି ଭାଷାକୁ ସେମାନଙ୍କର ଅଧିକାରୀ ଭାଷା ଭାବରେ ବ୍ୟବହାର କରାଯାଏ। ସଂସ୍କୃତ ଭାଷା ବିଶ୍ବର ସବୁଠାରୁ ପୁରାତନ ଭାଷା ମଧ୍ୟରୁ ଅନ୍ୟତମ । ସେହିପରି ତାମିଲ ହେଉଛି ଏକ  ଶାସ୍ତ୍ରୀୟ ଭାଷା । ଯାହାକୁ ଭାରତ, ଶ୍ରୀଲଙ୍କା ଓ ମ୍ୟାଲେସିଆ ବ୍ୟବହାର କରାଯାଏ । ଦୈନିକ ଶହ ଶହ ଖବରକାଗଜ ପ୍ରକାଶନ ପାଇଁ ବ୍ୟବହୃତ ହେଉଥିଲା ଏହି ଭାଷା। ଏହି ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ୨୦୦୪ ମସିହାରେ ମାନ୍ୟତା ମିଳିଥିଲା। 

ପାଲି ଭାଷା ଓଡ଼ିଆ ଭାଷା ଆଗରୁ ଥିବା ଗୋଟିଏ ପୁରୁଣା ଭାଷା । ଏହି ଭାଷାରୁ ଓଡ଼ିଆ,ବଙ୍ଗଳା, ଅସମୀୟା ଓ ଆହୁରି ଢେରେ ଭାରତୀୟ ଭାଷା ତିଆରି ହୋଇଛନ୍ତି ।  ଅନାନ୍ୟ ଭାଷା ଭଳି ଏହି ଭାଷାରେ ଯୁକ୍ତାକ୍ଷର  ନାହିଁ । ସେ କାଳରେ ବ୍ରାହ୍ମୀ ଲିପିରେ ଲେଖାଯାଉଥିଲା ଏହି ଭାଷା ।ତେଲୁଗୁ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାସିନ୍ଦାମାନଙ୍କର ଏକ ଦ୍ରାବିଡ଼ ଭାଷା ଅଟେ।  ଯେଉଁଠାରେ ଏହା ସରକାରୀ ଭାଷା ମଧ୍ୟ ଅଟେ ।  ହିନ୍ଦୀ ଓ ବଙ୍ଗଳା ବ୍ୟତୀତ ଏକାଧିକ ଭାରତୀୟ ରାଜ୍ୟରେ ପ୍ରାଥମିକ ସରକାରୀ ମାନ୍ୟତା ପାଇଥିବା ଅଳ୍ପ କେତେକ ଭାଷା ମଧ୍ୟରୁ ଏହା ଅନ୍ୟତମ। ଏହି ଭାଷା ପ୍ରାଚୀନ ଭାରତର ଏକ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ। ଯାହା ପ୍ରାଚୀନକାଳରେ ରାଜାମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ପରେ କବି ଏବଂ କଳାକାରମାନଙ୍କ ମଧ୍ୟରେ ଲୋକପ୍ରିୟ ହେଲା। ଏହି ଭାଷାକୁ ୨୦୦୮ ମସିହାରେ ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.