ନୀଳଗିରି,୧୧/୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ଅଞ୍ଚଳରେ ଦିନକୁ ଦିନ ଧଳା ଜହର କାରବାର ବୃଦ୍ଧି ହେଉଛି। ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଆଜି ନୀଳଗିରି ଅବକାରୀ ବିଭାଗର ଏକ ଟିମ ଆତର୍କିତ ଚଢ଼ାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ନୀଳଗିରି ଅବକାରୀ ଇନିସପେକ୍ଟର ଗାଲୁରାମ ସରେନ ଙ୍କ ସହ ଅବକାରୀ ଓଆଇସି ନୃସିଂହ ରଥ,ଏଏସଆଇ ଜୟ ମାଧବ ଦାସ ପଟ୍ଟନାୟକ ଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଟିମ ଗଠନ କରିବା ସହ ଆଜି ସନ୍ତରାଗଡ଼ିଆ ଅଞ୍ଚଳରେ ଆତର୍କିତ ଭାବେ ଚଢ଼ାଉ କରିଥିଲେ।ସେହି ଅଞ୍ଚଳର ଜଗଦୀଶ ପାଣିଗ୍ରାହୀଙ୍କ ଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି।ଜବତ ବ୍ରାଉନସୁଗାର ର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।