ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି, ଗାନ୍ଧିମାର୍ଗରେ ମହାମହିମ ରାଜ୍ୟପାଳ

ଭୁବନେଶ୍ୱର,୨୬/୧: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ । ସମ୍ବିଧାନ ପ୍ରଣୟନ ଦିନ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡ଼ୁଛି ତ୍ରିରଙ୍ଗା । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରନ୍ସ ରାଷ୍ଟ୍ରପତି ଇମନୁଏଲ୍ ମାକ୍ରାନ୍ । ସେହିପରି ଭୁବନେଶ୍ବର ଗାନ୍ଧିମାର୍ଗରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିବେ । ତେବେ ୭୫ତମ ସାଧାରଣତନ୍ତ୍ର ଦିବସରେ ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବେ । 

ଭୁବନେଶ୍ୱର ଗାନ୍ଧିମାର୍ଗରେ ବି ଗଡ଼ିବ ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏହି ମେଢ଼ କହିବ ଓଡ଼ିଶା ରୂପାନ୍ତରଣର କଥା । ପ୍ରସ୍ତୁତି ସହ ଡ୍ରେସ୍‌ ରିହର୍ସାଲ୍‌  ବି ସରିଛି । କେବଳ ମେଢ଼ ଗଡ଼ିବାକୁ ଅପେକ୍ଷା ।  ଏହି ଅବସରରେ ରାଜ୍ୟସ୍ତରୀୟ ପରେଡ୍‌  ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କଳା,  କୌଶଳ ପ୍ରଦର୍ଶନ ସାଙ୍ଗକୁ ପ୍ରଜ୍ଞାପନ ମେଢ଼  ଗଡ଼ିବ । ଏଥର ପ୍ରଜ୍ଞାପନ ମେଢ଼ର ଥିମ୍‌ ବା ବିଷୟ  ରହିଛି, ‘ରୂପାନ୍ତରଣ ପଥେ ଓଡ଼ିଶା’ । ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ  ପକ୍ଷରୁ ମୋଟ୍‌ ୧୩ଟି ମେଢ଼ ଗଡ଼ିବା ନେଇ ସ୍ଥିର  ହୋଇଛି । ବିଭାଗମାନେ ବି ନିଜର ମୁଖ୍ୟ ଯୋଜନା  ବା ଜନହିତକର କାର୍ଯ୍ୟକ୍ରମକୁ ନେଇ ରାଜ୍ୟର  ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ୱାରା ମେଢ଼ର ଆକର୍ଷଣୀୟ  ଡିଜାଇନ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.