ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘରକୁ ପିଟିଲା କାର୍, ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ଆଠଗଡ଼, ୦୩/୦୨ : ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘରକୁ ପିଟିଲା କାର୍। ଚାଲିଗଲା ୪ ସାଙ୍ଗଙ୍କ ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ତିଗିରିଆ ଥାନା ଅନ୍ତର୍ଗତ କୋଇଲିକନ୍ୟା ଗାଁ ପଟୁ ଗଦାଧରପୁରରୁ ବିନ୍ଧାଣୀମା ରାସ୍ତାରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ତିଗିରିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଚାରି ସାଙ୍ଗ ଏକ କାର୍ ଯୋଗେ ଭୋଜି ଖାଇ ଫେରୁଥିବା ବେଳେ କୋଇଲିକନ୍ୟା ଗାଁ ପଟୁ ଗଦାଧରପୁରରୁ ବିନ୍ଧାଣୀମା ରାସ୍ତାରେ ଏକ ଘରର କାନ୍ଥରେ ପିଟି ହୋଇଯାଇଥିଲା। ଫଲରେ କାର ଭିତରେ ଥିବା ୪ ସାଙ୍ଗଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକମାନଙ୍କ ମଧରେ ବାଙ୍କୀ ଖଜୁରୀପଦାର ତପନ ରାଉତ, ହରିରାଜପୁର ରାମ ସ୍ଵାଇଁ, ବାଙ୍କୀ ପାଳପୁଟ ଗ୍ରାମର ଟୁଲୁ ପରିଡା। ତେବେ ଆଉ ଜଣଙ୍କ ପରିଚୟ ମିଳିନଥିବା ବେଳେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.