ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପାକିସ୍ତାନରେ ଆତଙ୍କ ଖେଳାଉଥିବା ଟିଟିପିକୁ ସହାୟତା କରୁଛି ଅଲକାଏଦା ଏବଂ ଆଫଗାନ୍‌ ତାଲିବାନ, ଜାତିସଂଘ ରିପୋର୍ଟରେ ଦାବି

Published By : Tapas Panda | February 1, 2024 9:27 PM

ଇସ୍ଲାମାବାଦ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଲାଗି ଦାୟୀ ତେହରିକ ଏ ତାଲିବାନ ପାକିସ୍ତାନ (ଟିଟିପି)କୁ ଅଲକାଏଦା ଏବଂ ଅନ୍ୟ ଆତଙ୍କୀ ଗୋଷ୍ଠୀ ସହାୟତା କରୁଛନ୍ତି । ଜାତିସଂଘର ଏକ ରିପୋର୍ଟ ଆଧାରରେ ଗଣମାଧ୍ୟରେ ଏହି ଖବର ପ୍ରକାଶ ପାଇଛି । ପାକିସ୍ତାନ ଏବଂ ଆଫଗାନିସ୍ତାନରେ ସକ୍ରିୟ ରହିଛି ଟିଟିପି ଆତଙ୍କବାଦୀ ସଂଗଠନ । ୨୦୦୭ରେ ପ୍ରତିଷ୍ଠା ହୋଇଥିଲା ଟିଟିପି । ପାକିସ୍ତାନୀ ଗଣମାଧ୍ୟମ ଡନ୍‌ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ, ଟିଟିପିକୁ ଅଲକାଏଦା ସହାୟତା କରୁଥିବା ନେଇ ଟିଟିପି ଉପରେ ନଜର ରଖୁଥିବା ଟିମ୍‌ ଦ୍ବାରା ଜାତିସଂଘ ସୁରକ୍ଷା ପରିଷଦକୁ ଦିଆଯାଥିବା ୩୩ ତମ ରିପୋର୍ଟରେ ଦର୍ଶାଯାଇଛି । 

 ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଅଲକାଏଦା ଏବଂ ଅନ୍ୟ ସଂଗଠନ କେବଳ ଟିଟିପିକୁ ଅସ୍ତ୍ରଶସ୍ତ୍ର ଦେଉଛନ୍ତି ତାନୁହେଁ ବରଂ ପାକିସ୍ତାନରେ ଆତଙ୍କବାଦୀ ଗତିବିଧି ଜାରି ରଖିବାକୁ ସମର୍ଥନ ମଧ୍ୟ ଦେଉଛନ୍ତି । ନିକଟ ଅତୀତରେ ପାକିସ୍ତାନରେ ବହୁ ବଡ଼ ହମଲା ହୋଇଛି । ଆଉ ଏସବୁ ଆକ୍ରମଣ ପଛରେ ଟିଟିପିର ହାତ ରହିଛି । ହେଲେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଉପରେ ସରକାର ଆଖିଦୃଶିଆ ଆକ୍ସନ ନେଉନାହାନ୍ତି । ଟିଟିପି ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପାକିସ୍ତାନ ଏବଂ ଆଫଗାନ ତାଲିବାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ।

 ସେପଟେ ଟିଟିପି ଉପରେ ଆଫଗାନ ତାଲିବାନ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଅନ୍ତର୍ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ପାକିସ୍ତାନ ଅଭିଯୋଗ କରିଆସିଛି । ଅନ୍ୟପକ୍ଷରେ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଫଗାନ ତାଲିବାନର ନାଲିଆଖି ସତ୍ତ୍ବେ ଟିଟିପି ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ ଆକ୍ରମଣ କରୁଛି । ଏପରିକି ତାଲବାନ ସଦସ୍ୟ ଟିଟିପିରେ ସାମିଲ ହେବା ପରେ ଏହାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହା ବ୍ୟତୀତ ଟିଟିପି ଆତଙ୍କବାଦୀ ଏବଂ ସେମାନଙ୍କ ପରିବାରକୁ ଆଫଗାନ ତାଲିବାନ ନିୟମିତ ସହାୟତା କରୁଛି ବେଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିବା ନେଇ ‘ଡନ ନ୍ୟୁଜ’ରେ ଖବର ପ୍ରକାଶ ପାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.