ଇସଲାମାବାଦ, ୧୫/୧୧: ଚଳିତ ଦିନିକିଆ ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳକୁ ଆଉ ଏକ ଝଟକା ଲାଗିଛି । ୨୦୧୯ରୁ ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ ରହି ଆସିଥିବା ବାବର ଆଜମ ଇସ୍ତଫା ଦେଇଛନ୍ତି । କ୍ରିକେଟର ୩ଟି ଯାକ ଫର୍ମାଟର ଅଧିନାୟକ ପଦରୁ ବାବର ଆଜମ ଇସ୍ତଫା ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ତେବେ ପାକିସ୍ତାନ ଦଳର ଅଧିନାୟକ ପଦରୁ ଓହରି ଯାଇଥିବା ବାବର ଆଗକୁ ୩ଟି ଯାକ ଫର୍ମାଟରେ ଦଳ ପାଇଁ ଖେଳିବେ ବୋଲି କହିଛନ୍ତି । ୨୦୧୯ରେ ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ଦାୟିତ୍ୱ ନେଇଥିଲେ ବାବର ଆଜମ୍ । ଦିନିକିଆ ଓ ଟି-ଟ୍ୱେଣ୍ଟିରେ ପାକିସ୍ତାନ ଟିମ୍ ବାବରଙ୍କ ଅଧିନାୟକତ୍ୱରେ ଶୀର୍ଷରେ ରହିଥିଲା ।
ବିଶ୍ବକପ୍ ଇତିହାସରେ ହୋଇନଥିଲା ଏଭଳି ରେକର୍ଡ, ଶୀର୍ଷରେ ବିରାଟ କୋହଲି
ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଖେଳୁଥିଲା । ତେବେ ବିଶ୍ୱକପର ଗ୍ରୁପ୍ ଷ୍ଟେଜରୁ ବିଦା ହୋଇଥିଲା ପାକିସ୍ତାନ । ୯ ମ୍ୟାଚରୁ ମାତ୍ର ୪ଟି ଜିତି ପାକିସ୍ତାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହି ୮ ପଏଣ୍ଟ ପାଇଛି । ତେବେ ବିଶ୍ୱକପରେ ଖୋଦ୍ ବାବର ଆଜମ୍ ସେମିତି କିଛି କରିସ୍ମା ଦେଖାଇ ପାରି ନଥିଲେ । ଯାହାକୁ ନେଇ ବାବରଙ୍କୁ ସମାଲୋଚନା କରିଥିଲେ ବରିଷ୍ଠ ଖେଳାଳି ଓ ପ୍ରଶଂସକ ।
ସୋସିଆଲ୍ ମିଡିଆରେ ବାବର ନିଜେ ଅଧିନାୟକ ପଦରୁ ଓହରିଥିବା ପୋଷ୍ଟ କରିଛନ୍ତି । ଲେଖିଛନ୍ତି, ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡ଼ୁଛି । ଏହା ଏକ କଠିନ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହା ଜରୁରି । ମୁଁ ଆଗକୁ ୩ଟି ଫର୍ମାଟରେ ଖେଳିବି । ପିସିବି ଓ ନୂଆ ଅଧିନାୟକଙ୍କ ପ୍ରତି ମୋର ସମର୍ଥନ ରହିବ ।
ଏଣିକି ଦୀପାବଳିରେ ନ୍ୟୁୟର୍କ ସ୍କୁଲରେ ହେବ ଛୁଟି, ଆଇନ୍ରେ ଦସ୍ତଖତ କଲେ ରାଜ୍ୟପାଳ…
ସୂଚନାଯୋଗ୍ୟ, ବାବର ଆଜାମ ଏବେ ସୁଦ୍ଧା ୧୩୪ଟି ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଟିମର ନେତୃତ୍ୱ ନେଇଥିଲେ । ଏହି ସମୟରେ ପାକିସ୍ତାନ ୭୮ଟି ମ୍ୟାଚ୍ ଜିତିଥିବା ବେଳେ ୪୪ଟି ହାରିଥିଲା । ୧୯୯୨ ବିଶ୍ୱକପ୍ ବିଜେତା ଇମ୍ରାନ୍ ଖାନଙ୍କ ପରେ ପାକିସ୍ତାନ ଦଳର ଅନ୍ୟତମ ସଫଳ ଅଧିନାୟକ ହେଉଛନ୍ତି ବାବର ଆଜମ୍ ।
ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୨୦ଟି ଟେଷ୍ଟରୁ ୧୦ଟି ଜିତିଥିବା ବେଳେ ୬ଟିରେ ପରାଜୟ ୪ଟି ଡ୍ର ରହିଥିଲା । ଦିନିକିଆରେ ୪୩ଟି ମ୍ୟାଚରୁ ଦଳ ୨୬ଟିରେ ବିଜୟୀ, ୧୫ଟିରେ ପରାଜୟ ଓ ଗୋଟିଏ ଡ୍ର ରହିଥିଲା । ଟି-ଟ୍ୱେଣ୍ଟିରେ ୭୧ ମ୍ୟାଚରୁ ୪୨ଟିରେ ବିଜୟୀ, ୨୩ଟିରେ ପରାଜୟ ଓ ୬ଟି ଡ୍ର ରହିଥିଲା ।
ବଜାଜ୍ ଫାଇନାନ୍ସକୁ ଝଟ୍କା, ଇଏମ୍ଆଇ କାର୍ଡରେ ଋଣ ଉପରେ ରୋକ୍ ଲଗାଇଲା RBI