ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

୨୦ ବର୍ଷ ହେଲା ଜାରି ରହିଛି ମନ୍ଦିର କାର୍ଯ୍ୟ, ଦୀପାବଳିରେ ହେବ ପ୍ରତିଷ୍ଠା

ବର୍ଲିନ୍‌, ୦୪/୦୯: ଜର୍ମାନୀରେ ରହୁଥିବା ହିନ୍ଦୁମାନଙ୍କ ଖୁସି ଖବର । ଦୀପାବଳିରେ ହିନ୍ଦୁମାନଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି । ଜର୍ମାନୀର ରାଜଧାନୀ ବର୍ଲିନ୍‌ରେ ତିଆରି ହେଉଛି ବଡ଼ ହିନ୍ଦୁ ମନ୍ଦିର । ଏହି ମନ୍ଦିର ଦୀପାବଳି ଦିନ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ଖୋଲିବ ବୋଲି ଜଣାପଡ଼ିଛି । ଏହି ବିଶାଳ ଏବଂ ଭବ୍ୟ ହିନ୍ଦୁ ମନ୍ଦିର ନିର୍ମାଣ ପଛରେ ଜଣେ ୭୦ ବର୍ଷୀୟ ଭାରତୀୟ ବିଲ୍ବନାଥନ କୃଷ୍ଣମୂର୍ତ୍ତିଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ବି ଛୁଟି ନେଇନାହାନ୍ତି, ଆରଟିଆଇର ଜବାବ ଦେଲା ପିଏମଓ

ସେ ଏହି ପ୍ରୋଜେକ୍ଟକୁ ୨୦ ବର୍ଷ ତଳେ ଆରମ୍ଭ କରିଥିଲେ । ଆଉ ଏହି ପ୍ରୋଜେକ୍ଟ ଏବେ ଶେଷ ହେବା ପର୍ଯ୍ୟାୟରେ । ମନ୍ଦିର ନିର୍ମାଣ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏତିରେ ମୂର୍ତ୍ତି ସ୍ଥାପନ ହୋଇନାହିଁ । ଆସନ୍ତା ନଭେମ୍ବର ମାସରେ ୬ ଦିନ ବ୍ୟାପୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ ବୋଲି କୃଷ୍ଣମୂର୍ତ୍ତି କହିଛନ୍ତି ।

 ଗତ ୫୦ ବର୍ଷ ହେଲା କୃଷ୍ଣମୂର୍ତ୍ତି ବର୍ଲିନ୍‌ରେ ରହିଆସୁଛନ୍ତି । ଭାରତୀୟ ସମୁଦାୟଙ୍କ ପାଇଁ ସେଠାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ତାଙ୍କର ସ୍ବପ୍ନ ଥିଲା ।୨୦୦୪ରେ ଏକ ସଂଘ ପ୍ରତିଷ୍ଠା କଲେ କୃଷ୍ଣମୂର୍ତ୍ତି । ଅନେକ ବାଧାବିଘ୍ନ ଦେଇ ଗତି କରିବା ପରେ ଶେଷରେ ୨୦୦୭ରେ ମନ୍ଦର କାର୍ଯ୍ୟ ଆରମ୍ଭ ହେବାର ଥିଲା । କିନ୍ତୁ କାର୍ଯ୍ୟ ଆଗେଇ ପାରିଲା ନାହିଁ । ପରବର୍ତ୍ତୀ ସମୟରେ ୨୦୧୦ରେ ମନ୍ଦିର ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କୃଷ୍ଣମୂର୍ତ୍ତି ନିଜ ଅର୍ଥରେ ଏଭଳି ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ଏଥିପାଇଁ ବର୍ଲିନ୍‌ ସିନେଟ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗ ମିଳିନଥିଲା । 

You can also read: କରୋନା କାଳରେ ହ୍ରାସ ପାଇଛି ସାଧାରଣ ଲୋକଙ୍କ ଆୟ; କିନ୍ତୁ ଧନୀ ହୋଇଛନ୍ତି ରାଜନୈତିକ ଦଳ; ବର୍ଷକରେ ବଢ଼ିଛି ଏତେ ସମ୍ପତ୍ତି?

Hindu Temple
Berlin

Copyright © 2022 - Summa Real Media Private Limited. All Rights Reserved.