ପ୍ରମୂଖ ଖବର

ବଡ଼ ହସ୍ପିଟାଲିଟି ବ୍ରାଣ୍ଡ୍‌ ଏବେ ଓଡ଼ିଶା ମୁହାଁ: ତାଜ, ଆଇଟିସି, ଦ ପାର୍କ ଓ ଲେମନ ଟ୍ରିର ଉପସ୍ଥିତି

ଭୁବନେଶ୍ୱର,୦୮/୦୨: ଦେଶର ପ୍ରମୁଖ ହୋଟେଲ ଏବଂ ହସ୍ପିଟାଲିଟି ବ୍ରାଣ୍ଡ୍‌ଗୁଡିକ ଏବେ ଓଡ଼ିଶା ମୁହାଁ । ବିଗ୍‌ ଚେନ ହୋଟେଲ ଲେମନ ଟ୍ରି, ତାଜ ବିଭାନ୍ତା, ତାଜ ସିଲେକ୍ସନ, ଆଇଟିସି, ଦ ପାର୍କ ଭଳି ପ୍ରମୁଖ ଜାତୀୟ ହୋଟେଲ ଚେନ ଓଡ଼ିଶାରେ ପ୍ରବେଶ କରି ସାରିଛନ୍ତି। ଏହାବାଦ ସ୍ଥାନୀୟ ନିବେଶକ ମଧ୍ୟ ପୁରୀ, ଗୋପାଳପୁର  ଏବଂ ଭୁବନେଶ୍ୱର ଭଳି ସ୍ଥାନଗୁଡିକରେ  ହୋଟେଲ ପ୍ରପର୍ଟିଗୁଡିକରେ ନିବେଶ ବୃଦ୍ଧି କରୁଥିବା ଓଡ଼ିଶା ଆଣ୍ଡ ରେଷ୍ଟୁରାଣ୍ଟ ଆସୋସୋସିଏସନ ଅଫ୍‌ ଓଡ଼ିଶା ହାରୋ ପକ୍ଷରୁ ସୁଚନା ମିଳିଛି ।  

ରାଜ୍ୟ ରାଜଧାନୀ ଭୁବନେଶ୍ୱର, ପୁରୀ, ଗଞ୍ଜାମ ଏବଂ ସମ୍ବଲପୁର ଭଳି  ସ୍ଥାନଗୁଡିକରେ ଉନ୍ନତ ପର୍ଯ୍ୟଟନ  ଭିତ୍ତିଭୂମି ଆଧ୍ୟାତ୍ମିକ ପର୍ଯ୍ୟଟନକୁ ତ୍ୱରାନ୍ୱିତ କରୁଛି । ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ଆହୁରି ପର୍ଯ୍ୟଟକ ବଢ଼ିବେ  ବୋଲି ଆଶା କରାଯାଉଛି । ସେହିଭଳି ପ୍ରାକୃତିକ ପରିବେଶରେ ବିବାହର ନୂଆ ଟ୍ରେଣ୍ଡ୍‌ ଦିଗରେ ରହିଥିବା ସମ୍ଭାବନାକୁ ମଧ୍ୟ ପରଖିବ ଓଡ଼ିଶା ।

ନିକଟରେ ରାଜ୍ୟ  ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର  କହିଛନ୍ତି, ଡେଷ୍ଟିନେସନ ୱେଡିଂ ସ୍ଥଳ  ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ  ଯୋଜନା ରହିଛି । ଆଗକୁ ମେରିୟଟ, ରାଡିସନ ଭଳି ୬ ପ୍ରମୁଖ ବ୍ରାଣ୍ଡ ରାଜ୍ୟରେ  ହୋଟେଲ ସ୍ଥାପନ କରିବାକୁ ଯାଉଛନ୍ତି ।  

ଏହି ପରିପ୍ରେକ୍ଷୀରେ ହାରୋର  ସଭାପତି ଜେ.କେ. ମହାନ୍ତି  କହିଛନ୍ତି, ଉପସ୍ଥିତି ଜାହିର କରିଥିବା  ହୋଟେଲଗୁଡିକ ମଧ୍ୟ ବର୍ଦ୍ଧିତ ଚାହିଦା ପୂରଣ କରିବା ଲାଗି ସମ୍ପ୍ରସାରଣ ଧାରା  ଜାରି ରଖିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.