ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇଜୁସ୍‌ କର୍ମଚାରୀଙ୍କୁ ମିଳିନି ଜାନୁଆରୀର ଦରମା, ବଢିବାରେ ଲାଗିଛି କମ୍ପାନୀର ସଙ୍କଟ

ନୂଆଦିଲ୍ଲୀ : ଅର୍ଥ ସଙ୍କଟରେ ବାଇଜୁସ୍‌ । ସତେ ଯେମିତି ଏହି ଏଡୁଟେକ କମ୍ପାନୀ ବାଇଜୁର ସଙ୍କଟ ବଢିବାରେ ଲାଗିଛି। ଏବେ ବାଇଜୁ ଜାନୁୟାରୀ ମାସ ପାଇଁ ନିଜର କର୍ମଚାରୀଙ୍କ ବେତନରେ ବିଳମ୍ୱ କରିଛି। କମ୍ପାନୀର ମ୍ୟାନେଜମେଣ୍ଟ ନିଜର କର୍ମଚାରୀଙ୍କୁ ଏକ ଇମେଲ ଜରିଆରେ ବିଳମ୍ୱ ନେଇ ଜଣାଇଛନ୍ତି। ଇମେଲରେ ଲେଖାଯାଇଛି – କିଛି ନିବେଶକଙ୍କ ଦ୍ୱାରା ଆର୍ଟିଫିସିଆଲ କ୍ରାଇସେସ୍‌ କାରଣରୁ ଏହି ମାସରେ ବେତନ ବିତରଣରେ କିଛି ମାତ୍ରାରେ ବିଳମ୍ୱ ହୋଇଛି।

୧ ତାରିଖରେ ଦରମା ଆସିବାର ଥିଲା ଆଶା – 

କହି ରଖୁଛୁ କି, ଡିସେମ୍ୱରରେ ବାଇଜୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା। ଏବେ କର୍ମଚାରୀଙ୍କ ଦରମା ସମୟ ପୂର୍ବରୁ ଆସିବାକୁ ନେଇ କହିଥିଲା।କମ୍ପାନୀ କହିଥିଲା ,ପ୍ରତି ମାସର ପ୍ରଥମ ଦିନ କର୍ମଚାରୀଙ୍କ ଆକାଉଣ୍ଟରେ ଦରମା ପଠାଇ ଦିଆଯିବ, ହେଲେ ଏବେ ପୁଣି ଥରେ ବିଳମ୍ୱ ହେଉଛି। ଏହି ଖବର ଏଥିପାଇଁ ପ୍ରମୁଖ ପାଲଟିଛି, କାହିଁକି ନା ବାଇଜୁ ଅଲଗା ଅଲଗା ମାମଲାରେ ସଙ୍କଟର ଦେଇ ଗତି କରୁଛି। ଏହି ମଧ୍ୟରେ ଆମେରିକାରେ ବାଇଜୁର ଆଲଫା ୟୁନିଟ୍‌ ଡେଲାୱେୟରର ଆମେରିକୀୟ କୋର୍ଟରେ ଦେବାଳିଆ ହେବାର ଆବେଦନ ଦାଏର କରିଛି।

କହି ରଖୁଛୁ କି , ବାଇଜୁ ବ୍ରାଣ୍ଡର ଅନ୍ତର୍ଗତ ପରିଚାଳିତ ଥିଙ୍କ୍‌ ଆଣ୍ଡ ଲର୍ନ ପ୍ରାଇଭେଟ୍‌ ଲିମିଟେଡରେ ପାଖାପାଖି ୬ ନିବେଶକ କମ୍ପାନୀର ପ୍ରମୁଖ ବିଷୟ ଉପରେ ଆଲୋଚନା କରିବା ଓ ସଂସ୍ଥାପକଙ୍କୁ ଫର୍ମରେ ନିୟନ୍ତ୍ରଣରୁ ବାହାର କରିବା ପାଇଁ ଏକ ଅସାଧାରଣ ସାଧାରଣ ବୈଠକ (ଇଜିଏମ) ଡକାଇଛି। ଇଜିଏମ୍‌ ନୋଟିସ୍‌ରେ ମେଦରଲ୍ୟାଣ୍ଡର ନିବେଶ କମ୍ପାନୀ ପ୍ରୋସେସର ନେତୃତ୍ୱରେ ନିବେଶକଙ୍କ ବକେୟା ଶାସନ , ବିର୍ତ୍ତୀୟ କୁପ୍ରବନ୍ଧନ , ନିର୍ଦ୍ଦେଶକ ମଣ୍ଡଳର ପୁନର୍ଗଠନ ପାଇଁ ଅନୁରୋଧ କରିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.