ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶରେ ସ୍ଥାପନ ହେବ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ, ୮୦ ହଜାର ଲୋକଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ, ୨୯/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ ମଞ୍ଜୁରୀ ଦେଇଛି । ଡେଭଲପମେଣ୍ଟ ଅଫ୍ ସେମିକଣ୍ଡକ୍ଟର ଆଣ୍ଡ୍ ଡିସପ୍ଲେ ଇକୋସିଷ୍ଟମ୍ ଇନ୍ ଇଣ୍ଡିଆ ଅଧିନରେ ଏହି ଅନୁମୋଦନ ମିଳିଛି । ଆଗାମୀ ୧୦୦ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତର ଟାଟା ଗ୍ରୁପ୍ ଏବଂ ଜାପାନର ରେନେସା କମ୍ପାନୀ ଦେଶରେ ୩ଟି ସେମିକଣ୍ଡକ୍ଟର ୟୁନିଟ୍ ବସାଇବେ । ଏହି ପ୍ରକଳ୍ପରେ ମୋଟ ୧.୨୬ ଲକ୍ଷ କୋଟି ଟଙ୍କା (୧୫.୨ ବିଲିଅନ୍ ଡଲାର୍) ପୁଞ୍ଜି ନିବେଶ ହେବ ।

ଟାଟା ଗ୍ରୁପର ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (TEPL) ଗୁଜରାଟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ବସାଇବ । ଟାଟା ଅନୁସାରେ, କମ୍ପାନୀ ତାଇୱାନର ପାୱାରଚିପ୍ ସେମିକଣ୍ଡକ୍ଟର କର୍ପୋରେସନ୍ ସହ ମିଶି ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଗୁଜରାଟର ଢୋଲେରାର ଏହି ପ୍ରକଳ୍ପରେ ନିବେଶ ହେବ ୯୧ ହଜାର କୋଟି ଟଙ୍କା ।

ସେହିଭଳି ଟାଟା ସନ୍ସର କମ୍ପାନୀ ଟାଟା ସେମିକଣ୍ଡକ୍ଟର ଆସେମ୍ବଲି (TSAT) ମୋରିଗାଓଁରେ ୨୭ ହଜାର କୋଟି ନିବେଶ କରି କାରଖାନା ବସାଇବ । ଏଥିପାଇଁ କମ୍ପାନୀ ଟେଷ୍ଟ ପ୍ରାଇଭେଟ୍ ଲିମିଟେଡ୍ ସହ ବୁଝାମଣା କରିଛି ।

ସିଜି ପାୱାର ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବ । ଏଥିପାଇଁ କମ୍ପାନୀ ଜାପାନର ରେନେସା ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଏବଂ ଥାଇଲାଣ୍ଡର ଷ୍ଟାର୍ସ ମାଇକ୍ରୋଇଲେକ୍ଟ୍ରୋନିକ୍ସ ସହ ବୁଝାମଣା କରିଛି । ଗୁଜରାଟର ସାଣନ୍ଦରେ ହେବାକୁ ଥିବା ପ୍ଲାଣ୍ଟ ଲାଗି ୭ ହଜାର ୬୦୦ କୋଟି ଟଙ୍କା ନିବେଶ କରାଯିବ ।

ଦେଶରେ ହେବାକୁ ଯାଉଥିବା ଏହି ୩ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ବିପୁଳ ନିଯୁକ୍ତି ମିଳିବ । ସରକାରଙ୍କ ଅନୁସାରେ, ଏହି ୩ ୟୁନିଟରେ ସିଧାସଳଖ ୨୦ ହଜାର ଏବଂ ପରୋକ୍ଷ ଭାବେ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.