ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳନ

କାଶୀପୁର,୧୫/୧୧ :  କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଦୁଡୁକା ବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଏବଂ ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତଥା ଆଦିବାସୀ ସମାଜର ବ୍ଲକ ସଭାପତି ଶିବରାମ ମାଝୀ, ସଦନ ମାଝୀ, ଭଗବାନ ମାଝୀ, ଅର୍ଜୁନ ମାଝୀ, ପଦ୍ମନ ମାଝୀ, କେଶବ ମାଝୀ, ରାମ ନାଥ ମାଝୀ, ସାନ୍ଧୁ ଚରଣ ମାଝୀ, ଗୋବିନ୍ଦ ମାଝୀ, ଶିବ ରାମ ନାଏକ, ବିଦ୍ୟାଧର ଦୁରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। 

ଏହି ଅବସରରେ କ୍ରାନ୍ତିକାରୀ ବୀର ସହିଦ ବିର୍ସାମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜୀବନୀର ସ୍ମୃତି ଚାରଣ କରିଥିଲେ। ବିଶିଷ୍ଟ ଆଦିବାସୀ ଜନ ନାୟକ ବିର୍ସା ମୁଣ୍ଡା ଜନଜାତି କଲ୍ୟାଣ, ସୁରକ୍ଷା ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବ୍ରିଟିଶ ସରକାରଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ । କାରାବାସରେ ତାଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡ ରାଜ୍ୟ ବାସିନ୍ଦା ବିର୍ସାମୁଣ୍ଡାଙ୍କ ବୀରତ୍ବରେ ଇଂରେଜ ସରକାରଙ୍କ ନିଦ ହଜି ଯାଇଥିଲା ବୋଲି ବକ୍ତାମାନେ ଅଭିବ୍ୟକ୍ତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୫ଶହରୁ ଅଧିକ ଜଣ ଉପସ୍ଥିତ ଥିବାବେଳେ ଦୁଲ୍ଲଭ ସାଉଁନ୍ତାଙ୍କ ସହ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.