ନୂଆଦିଲ୍ଲୀ, ୦୬/୧୧: ଗହମ ମୂଲ୍ୟ ବୃଦ୍ଧି ପରେ ସରକାର ଶସ୍ତା ଦରରେ ଅଟା ଉପଲବ୍ଧ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାର ଭାରତ ବ୍ରାଣ୍ଡରେ ଶସ୍ତାରେ ଅଟା ବିକିବେ । କେଜି ପିଛା ଗ୍ରାହକଙ୍କୁ ୨୭ ଟଙ୍କା ୫୦ ପଇସାରେ ଅଟା ବିକ୍ରି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଏଥିଲାଗି କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ୍ ୧୦୦ ମୋବାଇଲ୍ ଭ୍ୟାନର ଉଦଘାଟନ କରିଛନ୍ତି । ଏହି ମୋବାଇଲ୍ ଭ୍ୟାନ୍ ବ୍ୟତୀତ୍ ଭାରତ ବ୍ରାଣ୍ଡ ଅଟା କେନ୍ଦ୍ରୀୟ ଭଣ୍ଡାରରେ ଉପଲବ୍ଧ ହେବ । ଏଥିସହ ନାଫେଡ୍ ଓ ଏନସିସିଏଫ୍ ଭଳି କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ଶସ୍ତାରେ ଅଟା ବିକ୍ରି କରିବେ ।
ବାଂଲାଦେଶ ବିପକ୍ଷରେ ଚରିଥଙ୍କ ଶତକ, ୨୭୯ ରନରେ ଅଟକିଲା ଶ୍ରୀଲଙ୍କା
ଗହମ ଦାମ ବଢ଼ିଥିବା ବେଳେ କେନ୍ଦ୍ର ସରକାର କେଜି ପିଛା ୨୧ ଟଙ୍କା ୫୦ ପଇସାରେ ୨.୫ ଲକ୍ଷ ଲକ୍ଷ ଟନ୍ ଗହମକୁ କେନ୍ଦ୍ରୀୟ ଭଣ୍ଡାର, ଏନସିସିଏଫ୍ ଓ ନାଫେଡ୍ ଭଳି ଏଜେନ୍ସିକୁ ଖୋଲା ବଜାରରୁ ଉପଲବ୍ଧ କରାଯାଇଛି । ଉକ୍ତ ଗହମକୁ ପେଶି ଭାରତ ବ୍ରାଣ୍ଡ ଅଟା ନାଁରେ ସରକାର କେଜି ପିଛା ୨୭ ଟଙ୍କା ୫୦ ପଇସାରେ ପହଞ୍ଚାଇବେ ।
ରିଟେଲ୍ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପରେ ସରକାର ମାର୍କେଟ୍ ସେଲ୍ ସ୍କିମରେ ୨୦୨ ମାର୍ଚ୍ଚ ପର୍ଯ୍ୟନ୍ତ ୧୦୧.୫ ଲକ୍ଷ ଟନ୍ ଗହମ ଓପନ୍ ଷ୍ଟକରୁ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ସରକାର ୫୭ ଲକ୍ଷ ଟନ୍ ଗହମ ବିକ୍ରି କରିଥିଲେ । ଯଦି ଆବଶ୍ୟକ ପଡ଼େ ତାହେଲେ ସରକାର ୨୦୨୪ ମାର୍ଚ୍ଚ ଯାଏଁ ୨୫ ଲକ୍ଷ ଟନ୍ ଅଧିକ ଗହମ ବଜାରରେ ବିକ୍ରି କରି ପାରନ୍ତି ।
‘ଇସ୍ରାଏଲକୁ କଡ଼ା ସନ୍ଦେଶ’; ଯୁଦ୍ଧ ମଧ୍ୟରେ ସମସ୍ତ କୂଟନୀତିଜ୍ଞଙ୍କୁ ଫେରାଇ ନେବ ଦକ୍ଷିଣ ଆଫ୍ରକା