ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜନସାଧାରଣଙ୍କୁ ଦରଦାମରୁ ମିଳିବ ଆଶ୍ୱସ୍ତି: ୨୯ ଟଙ୍କାରେ ଆସିଲା ଭାରତ ରାଇସ୍‌, ୫ ଓ ୧୦ କିଲୋ ପ୍ୟାକ୍‌ରେ ହେବ ଉପଲବ୍ଧ

Published By : Prameya | February 3, 2024 8:58 AM

ନୂଆଦିଲ୍ଲୀ,୦୩/୦୨: ଦରଦାମ ବୃଦ୍ଧିରେ ଧଇଁସଇଁ  ହୋଇଯାଇଥିବା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ  କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡକୁ ଆଗକୁ ବଢ଼ାଇବା  ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅଧୀନରେ ‘ଭାରତ  ରାଇସ୍‌’କୁ ବଜାରକୁ ଛଡ଼ାଯିବ । ଆସନ୍ତା ସପ୍ତାହରୁ ଏହି ଶସ୍ତା ଚାଉଳର ବିକ୍ରି କିଲୋ ପିଛା ୨୯ ଟଙ୍କା ହିସାବରେ  ହେବ । ତା’ସହିତ ସରକାର ଶୁକ୍ରବାର ବ୍ୟବସାୟୀମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜର ଷ୍ଟକ୍‌କୁ  ନେଇ ଜଣାନ୍ତୁ, ଯାହାଦ୍ୱାରା ଦରକୁ ନିୟନ୍ତ୍ରଣରେ  ରଖାଯାଇପାରିବ । 

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ଗତ  ବର୍ଷକରେ ଚାଉଳର ଖୁଚୁରା ଏବଂ ପାଇକାରୀ ଦରରେ  ପାଖାପାଖି ୧୫% ବୃଦ୍ଧି ଘଟିଛି । ରପ୍ତାନି ଉପରେ କଟକଣା  ସତ୍ତେ୍ୱ ଦର ଲଗାତର ବଢ଼ିଚାଲିଛି । ଏଥିପାଇଁ ସରକାର ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ‘ଭାରତ ରାଇସ୍‌’କୁ  ବଜାରକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଭାରତ  ରାଇସ୍‌’କୁ ନାଫେଡ୍‌ ଏବଂ ଏନ୍‌ସିସିଏଫ୍‌ କୋଅପରେଟିଭ୍‌  ଜରିଆରେ ବଜାରରେ କିଲୋ ପିଛା ୨୯ ଟଙ୍କା ହିସାବରେ  ବିକ୍ରି କରାଯିବ । ଏହାବ୍ୟତୀତ ‘ଭାରତ ରାଇସ୍‌’ କେନ୍ଦ୍ରୀୟ  ଭଣ୍ଡାରର ରିଟେଲ ଚେନ୍‌ରେ ବି ଉପଲବ୍ଧ କରାଯିବ ।  

ସଞ୍ଜୀବ ଚୋପ୍ରା ଆହୁରି କହିଛନ୍ତି ଯେ, ‘ଭାରତ  ରାଇସ୍‌’କୁ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ଜରିଆରେ ବି  ଉପଲବ୍ଧ କରାଯିବ । ଆସନ୍ତା ସପ୍ତାହରୁ ଏହି ବ୍ରାଣ୍ଡ ଚାଉଳ  ୫ ଏବଂ ୧୦ କିଲୋ ପ୍ୟାକ୍‌ରେ ଲୋକଙ୍କୁ ମିଳିବ । ପ୍ରଥମ  ପର୍ଯ୍ୟାୟରେ ସରକାର ୫ ଲକ୍ଷ ଟନ୍‌ ଚାଉଳ ରିଟେଲ  ବଜାରରେ ବିକ୍ରି ପାଇଁ ଉପଲବ୍ଧ କରିଛନ୍ତି । ସେ ସ୍ପଷ୍ଟ  କରିଛନ୍ତି ଯେ, ଦରଦାମ ବୃଦ୍ଧି ନିୟନ୍ତ୍ରଣକୁ ନ ଆସିବା  ପର୍ଯ୍ୟନ୍ତ ସରକାର ରପ୍ତାନି କଟକଣା ଉଠାଇବେ ନାହିଁ ।  ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧ ଜାରି ରହିବ । 

ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର  ‘ଭାରତ ଅଟା’ ଏବଂ ‘ଭାରତ ଡାଲି’ ପୂର୍ବରୁ ବଜାରକୁ  ଆଣିସାରିଛନ୍ତି । ଭାରତ ଅଟା କିଲୋ ପିଛା ୨୭.୫୦  ଟଙ୍କା ଏବଂ ଭାରତ ଡାଲି କିଲୋ ପିଛା ୬୦ ଟଙ୍କାରେ  ବିକ୍ରି ହେଉଛି । ଖାଦ୍ୟ ସଚିବ କହିଛନ୍ତି ଯେ, ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତି ଶୁକ୍ରବାର ଖୁଚୁରା  ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଚାଉଳ ଷ୍ଟକ୍‌କୁ ନେଇ  ପୋର୍ଟାଲରେ ଜଣାଇବାକୁ ପଡ଼ିବ। ସେ କହିଛନ୍ତି ଯେ,  ଚାଉଳ ଉପରେ ମହଜୁଦ ସୀମା ଲଗାଇବା ସହ ସମସ୍ତ  ବିକଳ୍ପ ଖୋଲା ଅଛି । ଏହାର ଦର କମାଇବାକୁ ସରକାର  ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚାଉଳ ବ୍ୟତୀତ  ଅନ୍ୟ ସମସ୍ତ ପ୍ରମୁଖ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣରେ  ଥିବା ଶ୍ରୀ ଚୋପ୍ରା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.