ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ; ଶୀତଳାପଲ୍ଲୀଠାରେ ସମ୍ ହସ୍ପଟାଲର ଲୋକାର୍ପଣ କରିବେ

ବ୍ରହ୍ମପୁର, ୧୩/୨ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏହି ଅବସରରେ ସେ ବହୁ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ଦୁଇ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ ହସ୍ପିଟାଲ ଲୋକାର୍ପିତ କରିବେ । ଏହାପୂର୍ବରୁ ଆଜି ଗଞ୍ଜାମ ଜିଲ୍ଲାପାଳ ଏହି ହସ୍ପିଟାଲ ଗସ୍ତ କରି ସ୍ଥିତି ତଦାରଖ କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମେ ଶେରଗଡ଼ରେ ପହଁଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଭିତ୍ତି ପ୍ରସ୍ଥର ସ୍ଥାପନ ପରେ ଶେରଗଡ଼ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ବ୍ରହ୍ମପୁର ଶୀତଳାପଲ୍ଲୀ ଗସ୍ତ କରି ସମ ହସ୍ପିଟାଲ ଲୋକାର୍ପଣ କରିବା ପରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ ସେଠୀ । 

ପ୍ରକାଶ ଯେ, ଓଡ଼ିଶା ସମତେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୦୫ମସିହାରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି । 

ଗତ ଜାନୁଆରୀ ମାସ ୨୧ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରାଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ - ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି । ଶିତଳାପଲ୍ଲୀଠାରେ ଆରମ୍ଭ ହେବାକୁ ଯାଉଥିବା ନୂତନ ହସ୍ପିଟାଲ୍‌ରେ ୨୦୦ଶଯ୍ୟାର ସୁବିଧା ରହିଥିବାବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ । 

ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ । ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡ଼ିକେୟାର ମଧ୍ୟ ଆରମ୍ଭ କରାଯାଇଛି । ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ । ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ । ୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା । ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା ।  ୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.