ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘କ୍ରାଇମ୍‌ ରୋକିବା ବଦଳରେ ସେମାନଙ୍କ ଦ୍ୱାରା ତାମସା କରାଯାଉଛି ...’ , ଦିଲ୍ଲୀ ପୁଲିସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀରେ ପୁଣି ଥରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନୂଆ ମୁସ୍କିଲରେ ପଡ଼ିଛନ୍ତି। ବିଜେପି ଉପରେ ଲାଗିଥିବା ହୋର୍ସ ଟ୍ରେଣ୍ଡିଂର ଅଭିଯୋଗ ପରେ ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ତାଙ୍କ ଘରେ ପହଞ୍ଚି ଥିଲା।  ସେଠାରେ ତାଙ୍କୁ ଏହି ମାମଲାରେ ନୋଟିସ୍‌ ଦେଇ ଜବାବ ମାଗି ଥିଲେ। ସିଏମ୍‌ କେଜ୍ରିୱାଲଙ୍କୁ ଏହି ମାମଲାରେ ୩ଦିନ ଭିତରେ ଜବାବ ମଗା ଯାଇଥିଲା। 

ସେପଟେ , ଏହି ପୂରା ଘଟଣାକ୍ରମକୁ ନେଇ ସିଏମ୍‌ କେଜ୍ରିୱାଲ ଦିଲ୍ଲୀ ପୁଲିସ୍‌କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି , ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚର ଅଧିକାରୀଙ୍କ ଉପରେ ଦୟା କର। ତାଙ୍କର କାମ ଦିଲ୍ଲୀରେ ଅପରାଧକୁ ରୋକିବା। ହେଲେ ତାଙ୍କ ଦ୍ୱାରା ଏହି ତାମସା କରାଯାଉଛି। 

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୁଲିସ୍ , କେଉଁ ମାମଲାରେ ମାରିଲା ନୋଟିସ୍

ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ମୋତେ କ୍ରାଇମ୍‌ ବ୍ରାଞ୍ଚର ଏହି ପୁଲିସ୍ ଅଫିସର ଉପରେ ସହାନୁଭୂତି ଆସୁଛି। ତାଙ୍କର କଣ ଭୁଲ ? ତାଙ୍କର କାମ ଦିଲ୍ଲୀରେ କ୍ରାଇମ୍‌ ରୋକିବା , ହେଲେ ତାଙ୍କ ଦ୍ୱାରା କ୍ରାଇମ୍‌ ରୋକିବା ବଦଳରେ ଏହି ପ୍ରକାରର ନାଟକ କରାଯାଉଛି। ଏଥିପାଇଁ ଦିଲ୍ଲୀରେ ଏତେ କ୍ରାଇମ୍‌ ବଢୁଛି। ତାଙ୍କର ପଲିଟିକାଲ ଲୋକ ମୋତେ ପଚାରୁଛନ୍ତି , ଆପଣଙ୍କର କେଉଁ କେଉଁ ଏମଏଲଏକୁ ଖସାଇବାକୁ ଚେଷ୍ଟା କରାଯାଉଛି। ହେଲେ ମୋ ଠାରୁ ତ ଅଧିକ ଆପଣଙ୍କୁ ଜଣା? ଆପଣଙ୍କୁ ତ ସବୁକିଛି ଜଣା ? କେବଳ ଦିଲ୍ଲୀ କାହିଁକି,ପୂରା ଦେଶରେ ଗତ କିଛି ବର୍ଷରେ ଦ୍ୱିତୀୟ ପାର୍ଟିର କେଉଁ କେଉଁ ଏମଏଲଏକୁ ନେଇ ସରକାର ଭଙ୍ଗ କରାଯାଇଛି , ଆପଣଙ୍କୁ ତ ସବୁ କିଛି ଜଣା , ତଥାପି ଏହି ଡ୍ରାମା କାହିଁକି ? 

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ସଦ୍ୟ ଦାବି କରିଥିଲେ କି ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟିର ସରକାରକୁ ଭାଙ୍ଗିବା ପାଇଁ ତାଙ୍କର ବିଧାୟକଙ୍କୁ ଖସାଇବାକୁ ଚେଷ୍ଟା କରୁଛି। ଏହି ସମ୍ୱନ୍ଧରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ଶୁକ୍ରବାର କେଜ୍ରିୱାଲକୁ ନୋଟିସ୍‌ ଦେବାକୁ ତାଙ୍କର ଆବାସରେ ପହଞ୍ଚି ଥିଲେ। କିନ୍ତୁ ସେ ଉପସ୍ଥିତ ନଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.