ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଙ୍ଗା ଘରେ ବିତୁଛି ଧନୀରାମଙ୍କ ଜୀବନ, ପ୍ରଶାସନର ଦୃଷ୍ଟି ପଡିବ କେବେ

ଚନ୍ଦାହାଣ୍ଡି , ୧୭।୨ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ବେହେରାମୁଣ୍ଡା ପଞ୍ଚାୟତ ଅଧୀନ ସାଲେଭଟା ଗ୍ରାମର ଧନୀରାମ ନାଗଙ୍କ ଭଲ ଘର ଖଣ୍ଡେ ନ ଥିବାରୁ ଦୟନୀୟ ଭାବେ  ଜୀବନ ବିତାଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସାଲେଭଟା ଗ୍ରାମର ଧନୀରାମ ନାଗ ଆଜକୁ ୨୪ ବର୍ଷ ତଳେ କଳାହାଣ୍ଡି  ସରଧାପୁର ଗ୍ରାମର ମଗୁଶୁର ସିଂ ସହ ପ୍ରେମ ସମ୍ପର୍କ ଗଢି ଉଠି ଥିଲା  l ଉଭୟେ ଜୀବନ ସାଥି ଭାବରେ ସାରା ଜୀବନ ରହିବାକୁ ନିଷ୍ପତ୍ତି ନେଇ ପ୍ରେମ ବିବାହ କରି ଥିଲେ l ମଗୁଶୁର  ବେଳଦାର ସମ୍ପ୍ରଦାୟର ହୋଇ ଥିବା ବେଳେ ଧନୀରାମ କୋଷଲିଆ ଗୌଡ଼ ସମ୍ପ୍ରଦାୟ ର l ଏହା କୁ ନେଇ  କୋଷଲିଆ ଗୌଡ଼ ସମାଜ ସେମାନଙ୍କୁ ବାସନ୍ଦ କରିଥିଲେ l ଏ ପଟେ ଧନୀରାମ ଙ୍କ ଜମିବାଡ଼ି କିଛି ନାହିଁ l  ସ୍ୱାମୀ ସ୍ତ୍ରୀ ମଈଷି ଗୋଠ ଜଗି  ନିଜର ବାପା- ମା’ଙ୍କ ମୁହଁକୁ ଦାନା ଦେଉଥିଲେ l ସାମାଜିକ ବାସନ୍ଦ କଷ୍ଟରେ ସେମାନଙ୍କ ମାନସିକ ଯନ୍ତ୍ରଣା  ଅତ୍ୟଧିକ କଷ୍ଟ ସାଧ୍ୟ ରହୁଥିଲା l   ସମାଜର କିଛି ଗୋଷ୍ଠୀ ଧନୀରାମଙ୍କ ଉତ୍ତମ ସ୍ୱାଭାବ ଯୋଗୁ ସମାଜ ରେ ସାମିଲ କରିବା ପାଇଁ  ନିଷ୍ପତ୍ତି ନେଇ ଥିଲେ l ଦୀର୍ଘ ୨୪ ବର୍ଷ ପରେ ଏକ ସାର୍ଵଜନିକ ସମାଜ ବୈଠକ ବସି  ସମାଜରେ ଧନୀରାମଙ୍କୁ  ସାମିଲ କରାଯାଇ ଥିଲା l  ଏଥିରେ ବି ତାଙ୍କ ଦୁଃଖ ଗଲାନି । ରହିବାକୁ ଭଲ ଘର ଖଣ୍ଡିଏ ନାହିଁ। ପୁରୁଣା କାଳିଆ ଭଙ୍ଗା ଦଦରା ଘରେ ଅତି ଦୟନିୟ  ଭାବରେ  ଜୀବନ ବିତାଉଛନ୍ତି। ସରକାରୀ ସାହାଯ୍ୟ କହିଲେ ୧୫ କେ ଜି ଚାଉଳ ଏବଂ ବୃଦ୍ଧା ମା’ ଙ୍କୁ ବିଧବା ଭତ୍ତା ମିଳୁଛି। ଏଥିସହ ମଇଁଷୀ ଗୋଠ ଜଗି ବହୁ କଷ୍ଟରେ ପରିବାର ଗୁଜରାଣ କରୁଛନ୍ତି।

 ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ ଙ୍କୁ ପଚାରିବାରୁ ସେ  ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରା ଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.