ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଙ୍ଗବାଲିକୁ ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ

ଚନ୍ଦାହାଣ୍ଡି,୧/୩ :‌ ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ । ଏଭଳି ଦୁଇ ବର୍ଷ ହେବ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ କୋର୍ଟର ଦ୍ୱାରସ୍ଥ ହୋଇ ଥିଲେ ମଧ୍ୟ ବର୍ତ୍ତମାନ ସୁଧା ଜିଲ୍ଲା ପ୍ରଶାସନ ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ  ବିଫଳ ହୋଇଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବାରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଟାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ । ଫଟାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ୟ କେନ୍ଦ୍ର ଅଞ୍ଚଳର ଜଣେ ପାର୍ଥୀନୀ ଲଲିତା ଭୋଇଙ୍କୁ ବେନିୟମ ଭାବେ ନିଯୁକ୍ତି ଦେଇ କେନ୍ଦ୍ର ଅଞ୍ଚଳରୁ ଆବେଦନ କରିଥିବା ପାର୍ଥୀନୀ ଗଙ୍ଗାବାଲି ଭୋଇଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯାଇଛି । 

ଗଙ୍ଗବାଲି ଭୋଇଙ୍କ କହିବା ଅନୁସାରେ ଫଟାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ   ରାଇମତୀ ଭୋଇ ଗତ ୨୦୨୧ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ l ରାଇମତୀ ଭୋଇ ଅବସର ଗ୍ରହଣ କରିବାରୁ ଫଲସପାଣି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ହେମଲତା ପଟ୍ଟନାୟକଙ୍କୁ ବିଭାଗ ଦାୟିତ୍ୱ ଦେଇଥିଲା l  ଗତ ୨୦୨୧ ସେପ୍ଟେମ୍ବର ୧୬ତାରିଖରେ ଶିଶୁ ବିଭାଗର ପତ୍ର ସଂଖ୍ୟା ୪୨୧/୨୧ ଅନୁସାରେ ଏହି କେନ୍ଦ୍ରରେ ନୂତନ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା l ବିଜ୍ଞାପନରେ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ ରହିଥିବା ସହ  କେନ୍ଦ୍ର ଅଞ୍ଚଳର ପାର୍ଥୀନୀଙ୍କୁ ଆଗ୍ରାଧିକାର ଦିଆଯିବା ଦର୍ଶାଯାଇଥିଲା l  ଏଥିପାଇଁ ପଟାମୁଣ୍ଡାର ଗଙ୍ଗାବାଲି ଭୋଇ ଏବଂ ଲଲିତା ଭୋଇ ଆବେଦନ କରିଥିଲେ l  

ଗଙ୍ଗାବାଲି  ବାଣିଜ୍ୟରେ +୨ ପାସ କରିଥିବା ସହ ଏଏନଏମ ତାଲିମ୍ ପାସ କରିଥିବାବେଳେ ଲଲିତା ଭୋଇ  କେବଳ ଦଶମ ପାସ କରିଥିଲେ l ଏଥିରେ ଲଲିତା ଭୋଇ ଅଙ୍ଗନୱାଡ଼ି କର୍ମୀ ଭାବେ ନିଯୁକ୍ତି ପାଇଥିଲେ l ଗଙ୍ଗାବାଲି ଭୋଇ ଫଟାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ଅଞ୍ଚଳର ହୋଇଥିବା ସତ୍ୱେ ତାଙ୍କୁ ନିଯୁକ୍ତି ନ ଦେବାରୁ  l ସେ ଅଭିଯୋଗ କରିବା ସହ l ନବନିଯୁକ୍ତି କର୍ମୀ ଲଲିତା ଭୋଇ  କେଉଁ କେନ୍ଦ୍ର ଅଞ୍ଚଳର ବୋଲି ସେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ l  ସୂଚନା ଆଇନରେ ଲଲିତା ଭୋଇ ଫଲସପାଣି କେନ୍ଦ୍ର ଅଞ୍ଚଳର ହୋଇଥିବା ସହ ସେ ସମସ୍ତ ପ୍ରକାରର ଟୀକା, ଛତୁଆ, ଅଣ୍ଡା ଫଳସପାଣି ଅଙ୍ଗନୱାଡି କେନ୍ଦ୍ରରୁ ସୁବିଧା ପାଇଥିବା ନେଇ ଫଲସପାଣି କେନ୍ଦ୍ରର କର୍ମୀ ହେମଲତା ପଟ୍ଟନାୟକ ଏବଂ ତତକାଳୀନ ସିଡିପିଓ ସୌରେନ୍ଦ୍ରୀ ମହାନନ୍ଦ ଦର୍ଶାଇଛନ୍ତି l  

ଏହାକୁ ନେଇ ସେ ବାରମ୍ବାର ଅଭିଯୋଗ କରିବାରୁ ଲଲିତାର ଦଶମରେ ଅଧିକା ନମ୍ବର ଥିବା ଯୋଗୁଁ ତାଙ୍କୁ ନିଯୁକ୍ତି ଦିଆଗଲା ବୋଲି ତତ୍କାଳୀନ ସିଡିପିଓ ସୌରେନ୍ଦ୍ରୀ ମହାନନ୍ଦ ସଫେଇ ଦେଇ ଚାଲିବାରୁ ସେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l କେବଳ ନାମକୁ ମାତ୍ର ଗାଁକୁ ଆସି କେନ୍ଦ୍ରରୁ କା ଘର  କେତେ ଦୂର ମାପି  ଘଟଣାକୁ ଭୁଲି ଯାଇଥିଲେ l ଏହାପରେ ସେ କୋର୍ଟ ଦ୍ୱାରସ୍ଥ ହୋଇଥିଲେ l  ଏ ସମ୍ପର୍କରେ ତାଙ୍କ କେସ ଲଢୁଥିବା ଆଡ଼ଭୋକେଟ ଗଜେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ଲଲିତା ଭୋଇଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ବେନିୟମ ରହିଛି l ଏହାକୁ ଅତିରିକ୍ତ ଜିଲ୍ଲାପାଳ ପୁଣି ଥରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଜିଲ୍ଲାପ୍ରଶାସନରୁ ସୂଚନା ମିଳିଥିବା ସେ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବା ସହ ବେନିୟମ ନିଯୁକ୍ତି ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l

                                 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.