ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରଗରମ ଝାଡ଼ଖଣ୍ଡ ରାଜନୀତି: ହାଇଦ୍ରାବାଦ ଯାଉଛନ୍ତି ଜେଏମ୍‌ଏମ-କଂଗ୍ରେସ ବିଧାୟକ, ସରକାର ଗଢ଼ିବାକୁ ଏନଡିଏକୁ ଦରକାର ୯ ଏମଏଲ୍‌ଏ

Image Courtesy: tv9hindi

ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ମହାମେଣ୍ଟର ବିଧାୟକମାନେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି   । ବିର୍ସା ମୁଣ୍ଡା ଏୟାରପୋର୍ଟରୁ ଦୁଇଟି ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ବିଧାୟକମାନେ ହାଇଦ୍ରାବାଦ ଯାଇଛନ୍ତି । ଜେଏମଏମ ଏବଂ କଂଗ୍ରେସ ଦଳର ବିଧାୟକମାନେ ହାଇଦ୍ରାବାଦ ଯିବାକୁ ଥିବା ବେଳେ ଚମ୍ପାଇ ସୋରେନ୍‌ ଏବଂ କଂଗ୍ରେସ ବିଧାୟକ ଦଳର ନେତା ଆଲମଗୀରି ଆଲମ ରାଞ୍ଚିରେ ରହିବେ ବୋଲି ଜଣାପଡ଼ିଛି । ବିଧାୟକମାନେ ପ୍ରଥମେ ବସ୍‌ ଯୋଗେ ରାଞ୍ଚି ଏୟାରପୋର୍ଟ ପରେ ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବା ନେଇ ଜଣାପଡ଼ିଥିଲା । 

ସେହିଭଳି ଏୟାରପୋର୍ଟ ଯିବା ସମୟରେ ରାଜ୍ୟ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଥିଲେ ଯେ, ଆପଣମାନେ ଜାଣିଛନ୍ତି ସେମାନେ କେମିତି ଲୋକ, କେତେବେଳେ କିଛି ବି କରିପାରନ୍ତି । ମୋଟ ୪୩ ବିଧାୟକ ଯାଉଛନ୍ତି । ଏପରିକି ସମସ୍ତ ବିଧାୟକ ହାଇଦ୍ରାବାଦର ବେଗମପେଟ ଯିବେ ବୋଲି ସେ କହିଥିଲେ । ସେପଟେ ରାଜ୍ୟରେ ରାଜନୈତିକ ସଙ୍କଟ ମଧ୍ୟରେ ସରକାର କିଏ ଗଢ଼ିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । 




ଏବେ ରାଜ୍ୟରେ ୮୧ ଜଣ ବିଧାୟକ ଅଛନ୍ତି ।  ବହୁମତ ଲାଗି ୪୧ ବିଧାୟକଙ୍କ ସମର୍ଥନ ଜରୁରି । ଯେଉଁ ଦଳକୁ ୪୧ ଜଣ ବିଧାୟକ ସମର୍ଥନ କରିବେ ସେହି ଦଳ ସରକାର ଗଢ଼ିବ । ବୁଧବାର ଦିନ ଚମ୍ପାଇ ସୋରେନ୍‌ ୪୩ ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ହେଲେ ତାଙ୍କ ପାଖରେ ୪୭ ଜଣ ବିଧାୟକ ରହିଛନ୍ତି । ଜେଏମଏମର ୨୯ ବିଧାୟକ ଥିବା ବେଳେ କଂଗ୍ରେସର ୧୭, ଆରଜେଡିର ଜଣେ ଏବଂ ସିପିଆଇର ଜଣେ ବିଧାୟକ ସାମିଲ ଅଛନ୍ତି ।

ଅନ୍ୟପଟେ ଏନଡିଏ ପାଖରେ ୩୨ ଜଣ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ବିଜେପିର ୨୬ ବିଧାୟକ ଥିବା ବେଳେ ଏଜେଏମୟୁର ୩ ଜଣ, ଏନସିପି (ଏପି)ର ଜଣେ ଏବଂ ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ ସାମିଲ ଅଛନ୍ତି । ଏଭଳି ସ୍ଥିତିରେ ବିହାର ଭଳି ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ହେଲେ ଏନଡିଏକୁ ଆଉ ୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.