ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ବିଶାଖାପଟଣା ଟେଷ୍ଟ, ବିଜୟ ପାଇଁ ଭାରତକୁ ଲୋଡ଼ା ୯ ୱିକେଟ୍‌, ଇଂଲଣ୍ଡକୁ ୩୩୨ ରନ୍‌

ବିଶାଖାପଟନମ, ୦୫/୦୨: ହାଇଦ୍ରାବାଦ ଟେଷ୍ଟ କଥା ମନେ ପଡ଼ିଲେ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସ ଶେଷ ସୁଦ୍ଧା ବିଶାଖାପଟନମର ସ୍ଥିତି ମନରେ ଦ୍ୱନ୍ଦ୍ୱ ଭରି ଦେଉଛି । ପୁଣି ଏକ ଜଟିଳ ସ୍ଥିତି, ଘରୋଇ  ଦଳ ଶେଷ ଦୁଇ ଦିନରେ ୯ଟି ୱିକେଟ୍‌ ଆବଶ୍ୟକ  କରୁଥିବାବେଳେ ଭ୍ରମଣକାରୀ ଦଳକୁ ଲୋଡ଼ା ଆଉ ୩୩୨ ରନ୍‌ । ଏତିକିବେଳେ ‘ବାଜବଲ’ ଚମତ୍କାର  କଥା ମନେ ପଡ଼ିଲେ ମନରେ ଭୟ ସୃଷ୍ଟି ହେଉଛି । ୩୯୯ ରନ୍‌ର ବିଜୟ ଲକ୍ଷ୍ୟ କିଛି କମ୍‌ ନୁହେଁ, ତଥାପି  ଇଂଲଣ୍ଡ ଏଭଳି ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ଆଦୌ  ହତୋତ୍ସାହିତ ହେବ ନାହିଁ । 

ହାଇଦ୍ରାବାଦରେ ଓଲି ପୋପ୍‌ ଦ୍ୱିତୀୟ ଇନିଂସରେ  ଯେଉଁ ଭଳି ଦ୍ୱିଶତକୀୟ ନିକଟତର ହୋଇଥିଲେ  ଯଦି ସେଭଳି ପ୍ରଦର୍ଶନ ଏଠାରେ ଦୋହରାଇବାରେ  ସଫଳ ହୁଅନ୍ତି, ତେବେ ଭାରତର ପ୍ରତ୍ୟାବର୍ତ୍ତନ  କଷ୍ଟକର ହୋଇ ପଡ଼ିବ । ସେମିତି ଜୋ ରୁଟ୍‌, ବେନ  ଷ୍ଟୋକ୍ସ ଓ ଜନ ବେୟାରଷ୍ଟୋ ମଧ୍ୟ ଘାତକ ସାବ୍ୟସ୍ତ  ହୋଇପାରନ୍ତି । ତଥାପି ବୁମ୍‌..ବୁମ୍‌.. ବୁମରାଙ୍କ  ସୁଇଂ ଉପରେ ଭରସା ରହିଛି । ଆର.ଅଶ୍ୱିନ, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ  ଦକ୍ଷତାକୁ ପୂର୍ଣ୍ଣ ଭରସାକୁ ନିଆଯାଇପାରେ ।  ‘ବାଜବଲ’କୁ ଘରୋଇ ସ୍ପିନ ଯାଦୁକରମାନେ ଘାଇଲା କରିବା ନେଇ ପ୍ରସ୍ତୁତ ରହିଛନ୍ତି । 

ତୃତୀୟ ଦିନରେ ଘରୋଇ ଦଳର ବ୍ୟାଟିଂ ଆଦୌ  ଉତ୍ସାହଜନକ ରହିନଥିଲା । ଅଧିନାୟକ ରୋହିତ ଶର୍ମା  (୧୩) ଏବଂ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ  ଜୈସ୍ୱାଲଙ୍କ (୧୭) ବ୍ୟାଟ ଆଜି ସଂପୂର୍ଣ୍ଣ ଶିଥିଳ  ପଡ଼ିଥିଲା । ଶୁଭମନ ଗିଲ ଏବଂ ଶ୍ରେୟାସ ଆୟର କିଛି ସମୟ ସ୍ଥିତି ସମ୍ଭାଳି ନେଇଥିଲେ । ହେଲେ  ଆୟର (୨୯) କିନ୍ତୁ ବଡ଼ ଇନିଂସ ଖେଳିବାରେ ସଫଳ  ହୋଇ ନଥିଲେ । ମାତ୍ର ଗିଲ୍‌ ଫର୍ମକୁ ଫେରିବା ବେଶ ଖୁସିର ବିଷୟ ଥିଲା । ଜଣେ ପରେ ଜଣେ ବ୍ୟାଟର  ପାଭିଲିୟନ ଫେରୁଥିବାବେଳେ ଗିଲ ଧୈର୍ଯ୍ୟର  ସହ ତିଷ୍ଠି ରହି ଶତକ ପୂରଣ କରିଥିଲେ । ଅକ୍ଷର  ପଟେଲ୍‌ (୪୫) ଓ ଅଶ୍ୱିନଙ୍କ (୨୯) ଯୋଗଦାନ  ଯୋଗୁ ଘରୋଇ ଦଳର ଦ୍ୱିତୀୟ ଇନିଂସ ୨୫୫ରେ  ସୀମିତ ରହିଥିଲା । ଗିଲ୍‌ (୧୦୪) ତୃତୀୟ ଟେଷ୍ଟ  ଶତକ ହାସଲ କରିଥିଲେ । ଭାରତୀୟ ବ୍ୟାଟରଙ୍କ  ଧୈର୍ଯ୍ୟ ଭଙ୍ଗ କରିବାରେ ଟମ୍‌ ହାର୍ଟଲି (୪ ୱିକେଟ୍‌)  ଓ ରେହାନ ଅହମ୍ମଦ (୩ ୱିକେଟ୍‌) ସଫଳ  ହୋଇଥିଲେ । ଭେଟେରାନ ଜେମ୍ସ ଆଣ୍ଡରସନ୍‌ ଦୁଇ  ଘରୋଇ ଓପନରଙ୍କ ୱିକେଟ୍‌ ନେଇ ଭ୍ରମଣକାରୀ  ବୋଲରଙ୍କୁ ଅଧିକ ଉତ୍ସାହିତ କରିଦେଇଥିଲେ ।  

ଭ୍ରମଣକାରୀ ଇଂଲଣ୍ଡ ଧାର୍ଯ୍ୟ ଟାର୍ଗେଟ ପିଛା କରି  ତୃତୀୟ ଦିବସରେ ୧୪ ଓଭର ବ୍ୟାଟିଂ କରିଥିଲା ।  ଷ୍ଟମ୍ପ ଅପସାରଣ ବେଳକୁ ଦଳ ଦ୍ୱିତୀୟ ଇନିଂସରେ ୧  ୱିକେଟ୍‌ ହରାଇ ୬୭ ରନ୍‌ କରିଛି । ବିଜୟଠୁ ୩୩୨  ରନ୍‌ ଦୂରରେ ରହିଛି । ଓପନର ବେନ ଡକେଟ୍‌  (୨୮) ଅଶ୍ୱିନଙ୍କ ଶିକାର ବନିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.