ନୂଆଦିଲ୍ଲୀ : ଆକାଶରୁ ନେଇ ସମୁଦ୍ର ଓ ମାଟି ଯାଏ ନିଜର ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ, ଭାରତୀୟ ବାୟୁସେନା, ନେଭି ଓ ସ୍ଥଳ ସେନା ସମୟ ସମୟରେ ମିଳିତ ଅଭ୍ୟାସ କରିଥାନ୍ତି । ଏହି ପ୍ରକାରର ମିଳିତ ଅଭ୍ୟାସର ଏକ ଭିଡିଓ ବାୟୁସେନା ସେୟାର କରିଛି ,ଯାହାକୁ ଦେଖି ଶତ୍ରୁପକ୍ଷ ଥରି ଉଠିବ। ବାୟୁସେନାର ଶକ୍ତିଶାଳୀ ବିମାନ ସି-୧୭ ଆକାଶ ମାର୍ଗରୁ ନେଭିର ଏକ ବୋଟ୍କୁ ସୁରକ୍ଷିତ ଉପାୟରେ ଗଭୀର ସମୁଦ୍ରରେ ଅବତରଣ କରି ପାରିଛି।
ଭାରତୀୟ ବାୟୁସେନା ନିଜର ଅଫିସିଆଲି ଏକ୍ସ( ଟ୍ୱିଟର) ହ୍ୟାଣ୍ଡଲରେ ଭିଡ଼ିଓ ସେୟାର କରି ଲେଖିଛି କି -ଯଦି ଏକା ସାଥିରେ କାମ କରାଯାଏ ତ ଅସୀମିତ ସମ୍ଭାବନା ରହିଛି। ଏହା ଲେଖିଛି , ଏକା ସାଥିରେ କରାଯାଇ ଥିବା ଏକ ଉଲ୍ଲେଖନୀୟ ଅଭ୍ୟାସରେ ଆଇଏଏଫ୍ ସି-୧୭ ଭାରତୀୟ ନୌସେନାର ଏକ ହାର୍ଡ ହଲ୍ ଯୁକ୍ତ ଇନଫ୍ଲେଟେବଲ ନାବ (ବୋଟ)କୁ ଗଭୀର ସମୁଦ୍ରରେ ଖସାଇ ଦେଇଛି। ଏକାସାଥିରେ ଅସୀମିତ ସମ୍ଭାବନା ।
In a remarkable exercise of #Jointness, an #IAF C-17 air dropped a Rigid Hull Inflatable Boat of the @indiannavy on high seas.
— Indian Air Force (@IAF_MCC) September 19, 2023
Limitless possibilities together. pic.twitter.com/8FfWu5C1Yp
ଭିଡ଼ିଓରେ ଦେଖିବାକୁ ମିଳୁଛି , ବାୟୁସେନାର ସି-୧୭ ବିମାନରୁ ପାରଚୁଟ୍ ଯୁକ୍ତ ନାବ ତଳକୁ ଖସୁଛି ଭିଡ଼ିଓ ସହ କିଛି ଫଟୋ ମଧ୍ୟ ସେୟାର କରାଯାଇଛି। ଏଥିରେ ଦେଖି ପାରିବେ କି ସମୁଦ୍ରରେ ଖସିଥିବା ଏହି ନାବରେ ଭାରତୀୟ ସେନାର ଯବାନ ବସିଛନ୍ତି ଏବଂ ଉପରୁ ବାୟୁସେନାର ସି-୧୭ ବିମାନ ଯାଉଥିବାର ଦେଖିବାକୁ ମିଳୁଛି।