ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନ୍ୟୁୟର୍କରେ ୬ ମହଲା କୋଠାରେ ଅଗ୍ନିକାଣ୍ଡ , ଭାରତୀୟ ସାମ୍ୱାଦିକଙ୍କ ମୃତ୍ୟୁ

ନ୍ୟୁୟର୍କ : ଆମେରିକାର ମ୍ୟାନହେଟନରେ ଏକ ଆବାସୀୟ କୋଠାରେ ନିଆଁ ଲାଗିବାରୁ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୨୭ ବର୍ଷିୟ ଏହି ଯୁବକ ଜଣଙ୍କ ନ୍ୟୁୟର୍କରେ ସାମ୍ୱାଦିକ ଭାବେ କାର୍ଯ୍ୟ କରୁଥିଲେ। ମ୍ୟାନହେଟନର ହାର୍ଲେମରେ ସେଣ୍ଟ ନିକୋଲସ୍‌ ପ୍ୟାଲେସ୍‌ରେ ୬ ମହଲା ରିହାଇସି କୋଠାରେ ନିଆଁ ଲାଗି ଯାଇ ଥିଲା। ମୃତକ ଜଣଙ୍କ ଫାଜିଲ ଖାନ ଥିବା ପରିଚୟ ମିଳିଛି। ଏହି ଘଟଣାରେ ୧୭ ଜଣ ଲୋକ ଆହତ ହୋଇଛନ୍ତି। ନ୍ୟୁୟର୍କ ନଗର ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାକୁ ନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି କି ବିନାଶକାରୀ ନିଆଁ ଲିଥିୟମ୍‌-ଆୟନ ବ୍ୟାଟେରୀ କାରଣରୁ ଲାଗି ଥିଲା।  

ନ୍ୟୁୟର୍କରେ ଭାରତର ମହାବାଣିଜ୍ୟ ଦୂତାବାସ ଖାନଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି କି, ସେ ଖାନଙ୍କ ଶବକୁ ଭାରତରେ ତାଙ୍କର ପରିବାର ନିକଟକୁ ପଠାଇବା ନେଇ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଛି। ମହାବାଣିଜ୍ୟିକ ଦୂତାବାସ ଶନିବାର ଏକ ପୋଷ୍ଚରେ କହିଛି , ନ୍ୟୁୟର୍କର ହାର୍ଲେମ୍‌ରେ ଅଗ୍ନିକାଣ୍ଡର ଘଟଣାରେ ୨୭ ବର୍ଷିୟ ଭାରତୀୟ ନାଗରିକ ଫାଜିଲ ଖାନଙ୍କ ମୃତ୍ୟୁ ବିଷୟରେ ଜାଣି ଦୁଃଖିତ। ଦୂତାବାସ କହିଛି କି, ଫାଜିଲ ଖାନଙ୍କ ପରିବାର ଓ ବନ୍ଧୁଙ୍କୁ ସଂପର୍କ କରାଯାଇଛି। ମହାବାଣିଜ୍ୟିକ ଦୂତାବାସ କହିଛି, ଆମେ ତାଙ୍କର ପାର୍ଥିବ ଶରୀରକୁ ଭାରତ ଆଣିବାକୁ ଯଥା ସମ୍ଭବ ସହାୟତା କରିବୁ।

ଫାଜିଲ ଖାନ ମିଡ଼ିଆ କମ୍ପାନୀ ଦ ହେଚିଙ୍ଗର ରିପୋର୍ଟର ସାମ୍ୱାଦିକ ଥିଲେ। ନ୍ୟୁୟର୍କ ସ୍ଥିତ ଏହି କମ୍ପାନୀ ଏଜୁକେସନରେ ଅସମାନତା ଓ ଇନୋଭେସନ ଉପରେ ଫୋକସ କରିଥାଏ। ଖାନ ତାଙ୍କର ଏଠାରେ ଡାଟା ରିପୋର୍ଟର ଭାବେ କାମ କରୁ ଥିଲେ। ତାଙ୍କର କାମ ଏଜୁକେସନ ଜାଟାକୁ ଏକତ୍ର କରିବା ଓ ଏହାର ବିଶ୍ଳେଷଣ କରିବାର ଥିଲା। ଅସମାନତାକୁ ଜାଗ୍ରତ କରିବା ଓ ଶିକ୍ଷାରେ ନବାଚାରକୁ ନେଇ ସେ ଦ୍ୱିତୀୟ ସାମ୍ୱାଦିକଙ୍କ ସହଯୋଗ କରୁ ଥିଲେ। ଫାଜିଲ ୨୦୨୧ରେ କୋଲମ୍ୱିଆ ଜର୍ନଲିଜିମ୍‌ ସ୍କୁଲ୍‌ରୁ ଡାଟା ଜର୍ନାଲିଜିମ୍‌ରେ ଗ୍ରାଜୁଏସନର ଡିଗ୍ରୀ ହାସଲ କରି ଥିଲେ। ସ୍କୁଲର ଗ୍ଲୋବାଲ ମାଇଗ୍ରେସନ ପ୍ରୋଜେକ୍ଟ ପାଇଁ ସେ ପୋଷ୍ଟ ଗ୍ରାଜୁଏଟ୍‌ ଫେଲୋ ଭାବେ ଚୟନ ହୋଇ ଥିଲେ। କହି ରଖୁଛୁ କି, ୟୁଏସ୍‌ ଯିବା ପୂର୍ବରୁ ସେ ଭାରତରେ ମଧ୍ୟ ଅନେକ ମିଡ଼ିଆ ସଂସ୍ଥା ସହ କାମ କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.