ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ଇସ୍ରାଏଲ୍-ହମାସ୍ ଯୁଦ୍ଧ ବିରତି ପାଇଁ ନୂଆ ପ୍ରଚେଷ୍ଟା, ସାଉଦି ଆରବରେ ଏକାଠି ହେଲେ ୪ ଦେଶ

ରିୟାଦ, ୦୯/୦୨: ଇସ୍ରାଏଲ୍-ହମାସ୍ ମଧ୍ୟରେ ନଭେମ୍ବର ପରେ ଆଉ ଏକ ଯୁଦ୍ଧ ବିରତି ନେଇ ଆଶା ସୃଷ୍ଟି ହୋଇଛି । ସାଉଦି ଆରବର ରାଜଧାନୀ ରିୟାଦରେ ଏକାଠି ହୋଇଛନ୍ତି ୟୁଏଇ, କତାର ଓ ଜୋର୍ଡାନର ବୈଦେଶିକ ମନ୍ତ୍ରୀ । ସମାନ ପ୍ରସଙ୍ଗରେ ୪ ଦେଶର ବୈଦେଶିକ ମନ୍ତ୍ରୀ ପୁଣି ଥରେ ଏକାଠି ହେବେ ବୋଲି ଜଣାପଡ଼ିଛି ।

ସେପଟେ ହମାସ୍ କହିଛି, ଯେତେ ଶୀଘ୍ର ସମ୍ଭବ ଯୁଦ୍ଧ ବିରତି ହେଉ । କାରଣ ଗାଜାର ସ୍ଥିତି ଦିନକୁ ଦିନ ସଂକଟ ଆଡ଼କୁ ଯାଉଥିବା ବେଳେ ଆକ୍ରମଣ ବନ୍ଦ କରୁ ନାହିଁ ଇସ୍ରାଏଲ୍ । ଅନ୍ୟପଟେ ପର୍ଯ୍ୟାୟ କ୍ରମେ ଯୁଦ୍ଧ ବିରତି ଓ ପଣବନ୍ଦୀଙ୍କୁ ମୁକୁଳାଇବା ଲାଗି ଇସ୍ରାଏଲ୍ ଆଗରେ ହମାସ୍ ୩ଟି ସର୍ତ୍ତ ମଧ୍ୟ ରଖିଛି ।

୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ କରିଥିଲା ଅତର୍କିତ ଆକ୍ରମଣ । ହମାସ୍ ଆକ୍ରମଣରେ ୧୨୦୦ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୪୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ୍ ଆତଙ୍କବାଦୀ । ଏବେ ବି ହମାସ୍ କବଳରେ ଗାଜାରେ ୧୩୦ରୁ ଅଧିକ ଫିଲିସ୍ତୀନ ପଣବନ୍ଦୀ ହୋଇ ରହିଛନ୍ତି । ଫଳରେ ଗାଜା ପଟ୍ଟିରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ ।

ସାଉଦି ଆରବରେ ବସିଥିବା ବୈଠକ ପୂର୍ବରୁ ପ୍ୟାରିସରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଆମେରିକା, ଇସ୍ରାଏଲ୍ ମଧ୍ୟ ସାମିଲ୍ ହୋଇଥିଲେ । ଉକ୍ତ ବୈଠକରେ ହମାସର ପକ୍ଷ ରଖିଥିଲା କତାର । ପ୍ୟାରିସ୍ ବୈଠକ ପରେ ଆମେରିକା ବିଦେଶ ମନ୍ତ୍ରୀ ବ୍ଲିଙ୍କେନ୍ ଆଣ୍ଟୋନି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସାଉଦି ଆରବ ଏବେ ଆରବ ଦେଶକୁ ନେଇ ବୈଠକ କରିଛି । ଯାହାର ମୂଳ ଉଦ୍ଦେଶ୍ୟ ଯୁଦ୍ଧ ବିରତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.