ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋ’ରେ ଅର୍ଜୁନ କପୁରଙ୍କ ପାଇଁ ପିତା ବୋନିଙ୍କ ଆଖିରୁ ଝରିଲା ଲୁହ , ଦେଖୁଥିଲେ ଗର୍ଲଫ୍ରେଣ୍ଡ ମଲାଇକା

ମୁମ୍ୱାଇ : ଟିଭିର ମୋଷ୍ଟ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ’ ଝଲକ ଦିଖଲା ଜା ୧୧ ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ ରହିଛି। ଝଲକର ଲାଟେଷ୍ଟ ଏପିସୋଡ୍‌ ଖୁବ୍‌ ସ୍ୱତନ୍ତ୍ର ରହିଛି। ଏହିଥର ଝଲକ ମଞ୍ଚରେ ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକର ବୋନି କପୁର ଗେଷ୍ଟ ଭାବେ ପହଞ୍ଚି ଥିଲେ। ଏହି ସମୟରେ ଶୋ’ରେ ଖୁବ୍‌ ମସ୍ତିର ମାହୋଲ ହୋଇଥିଲା । ବିଶେଷ କଥା ଏହା କି ଏହି ଶୋ ର ଜଜ୍‌ ବୋନିଙ୍କ ପୁଅ ଅର୍ଜୁନ କପୁରଙ୍କର ଗର୍ଲଫ୍ରେଣ୍ଡ ମଲାଇକା ଅରୋରା ଅଛନ୍ତି । ଆଉ ଏହି କ୍ରମରେ ପ୍ରଥମ ଥର ଉଭୟଙ୍କୁ ସାମନା ସାମନି ଦେଖିବାକୁ ମିଳିଛି। ଶୋ’ର ନୂଆ ପ୍ରୋମୋ ସାମନାକୁ ଆସିଛି , ଯେଉଁଥିରେ ବୋନିଙ୍କୁ ଇମୋସନାଲ ହୋଇ କାନ୍ଦୁ ଥିବାର ଦେଖିବାକୁ ମିଳୁଛି।

ପିତାଙ୍କ ପାଇଁ ଅର୍ଜୁନ ଦେଲେ ସ୍ପେଶାଲ ମେସେଜ୍‌- 

ଝଲକ ଦିଖଲା ଜା -୧୧ ର ନୂଆ ପ୍ରୋମୋ ସାମନାକୁ ଆସିଛି। ଏହି ପ୍ରୋମୋରେ ଆପଣ ଦେଖି ପାରିବେ କି ଶୋ’ର ହୋଷ୍ଟ ଋତ୍ୱିକ ଧନଜାନି, ବୋନି କପୁରଙ୍କୁ କହୁଛନ୍ତି , ତାଙ୍କ ପାଇଁ ଏକ ଗିଫ୍ଟ। ଏହାପରେ ଋତ୍ୱିକ ତାଙ୍କୁ ସ୍କ୍ରିନ୍‌କୁ ଦେଖିବାକୁ କହୁଛନ୍ତି। ସ୍କ୍ରିନ୍‌ରେ ଅର୍ଜୁନ କପୁରଙ୍କର ଏକ ଭିଡ଼ିଓ ପ୍ଲେ କରାଯାଏ , ଯେଉଁଥିରେ ଅଭିନେତା ନିଜ ପିତାଙ୍କୁ ସ୍ପେଶାଲ ମେସେଜ୍‌ ଦେଉଛନ୍ତି।

ଅର୍ଜୁନଙ୍କ ପାଇଁ ବୋନିଙ୍କ ଆଖିରୁ ଝରିଲା ଲୁହ –

ଅର୍ଜୁନ କପୁର ନିଜ ପିତା ବୋନି କପୁରଙ୍କ ପାଇଁ କହୁଛନ୍ତି , ହାଲୋ ପାପା, ଆଶା କରୁଛି ,ଆପଣ ଶୋ’କୁ ଏନଜୟ କରୁଥିବେ। ସର୍ବ ପ୍ରଥମେ ତ ଏହା କହିବାକୁ ଚାହିଁବି କି ମୋ ପାପା ଏହି ଦୁନିଆର ସେଲ୍ଫଲେସ୍‌ ମଣିଷ , ଯିଏ ନିଜ ବିଷୟରେ ନଭାବି ଅନ୍ୟର ଖୁସି ପ୍ରଥମେ ଭାବିଥାନ୍ତି। ନିଜ ପାଇଁ ପୁଅର କଥା ଶୁଣି ବୋନି ଖୁବ୍‌ ଇମୋସନାଲ ହୋଇଥାନ୍ତି ଏବଂ ତାଙ୍କ ଆଖିରୁ ଲୁହ ବାହାରି ଆସେ। ତାଙ୍କୁ କାନ୍ଦୁ ଥିବାର ଦେଖି ତୁରନ୍ତ ଫରାହ ଖାନ ତାଙ୍କୁ ଶ୍ରଦ୍ଧାରେ କୋଳେଇ ନେଇ ମାହୋଲକୁ ସମ୍ଭାଳି ଥିଲେ। ସେପଟେ ମଲାଇକା ଖୁବ୍‌ ସୁନ୍ଦର ଭାବେ ଦେଖୁ ଥିଲେ। ଅରଶଦ ୱାରସୀ ମଧ୍ୟ ତାଙ୍କୁ ଦେଖି ଇମୋସନାଲ ହେଉଥିଲେ।

ଏହି ଥର ଶୋ’ରେ ଅନେକ ଲୋକପ୍ରିୟ ପ୍ରତିଯୋଗୀ ଆସିଛନ୍ତି , ଯେମିତି କି ଶୋଏବ ଇବ୍ରାହିମ୍‌ , ବିବେକ ଦହିୟା , ଉର୍ବଶୀ ଢୋଲକିଆ , ଅଞ୍ଜଳି ଆନନ୍ଦ , କରୁଣା ପାଣ୍ଡେ , ରାଜୀବ ଠାକୁର , ଶିବ ଠାକରେ , ସଙ୍ଗିତା ଫୋଗାଟ ,ତନିଷା ମୁଖାର୍ଜୀ  ଓ ଶ୍ରୀରାମ ଚନ୍ଦ୍ରା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.